ଡାଲାଅଟୋ ଓଲଟି ଜଣେ ମୃତ, ୧୩ ଜଣ ଆହତ

ରିପୋର୍ଟ: ରାକେଶ ମହାରଣା //
କୋଦଳା (ଗାଙ୍ଗପୁର-୦୪/୦୬): ଗଞ୍ଜାମ ଜିଲ୍ଲା ର ଗାଙ୍ଗପୁର ଥାନା ଅନ୍ତର୍ଗତ ସୋରଡା ଓ କଣ୍ଟେଇପଲ୍ଲୀ ଜିବାରାସ୍ତାରେ ମରେଇପାଟ ନିକଟରେ ଘଟିଛି ଦୁର୍ଘଟଣା । ସମସ୍ତ ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲରେ ଭର୍ତି କରାଯାଇଥିଲା ।

ରେଣୁ ନାୟକ ନାମକ ଜଣେ ମହିଳା ଶ୍ରମିକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ସମସ୍ତ ଆହତ ନିକଟସ୍ଥ ଡିମ୍ବିରିପଲ୍ଲୀ ଗ୍ରାମର ବୋଲି ଜଣାପଡ଼ିଛି । ଏମାନେ ସମସ୍ତେ ଶ୍ରମିକ ହୋଇଥିବା ବେଳେ କଣ୍ଟେଇପଲ୍ଲୀ ନିକଟ ଏକ ସ୍ଥାନକୁ କାମ କରିବାକୁ ଡାଲାଅଟୋ ସାହାଯ୍ୟରେ ଯାଉଥିଲେ । କୈାଣସି କାରଣରୁ ଅଟୋଟି ରାସ୍ତା ଉପରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଖବର ପାଇ ଗାଙ୍ଗପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

Welcome to Odisha News24

error: Content is protected !!
%d bloggers like this: