ସାଧାରଣ ଜନତାଙ୍କ ସ୍ୱର

ଡାକ୍ତର ଓ କର୍ମଚାରୀଙ୍କୁ ଦୁର୍ବ୍ୟବହାର ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର/ଟିଟିଲାଗଡ, ତା୦୪-୦୨): ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଆଜି ଜଣେ ବ୍ୟକ୍ତି କାର୍ଯ୍ୟରତ ଡ଼ଃ ଓମକାର ହୋତା ଓ ଅନ୍ୟ କିଛି କର୍ମଚାରୀଙ୍କୁ ଗାଳି, ଗୁଲଜ ସହ ଆକ୍ରମଣ ଉଦ୍ୟମ ନେଇ ତୀଵ୍ର ଅସନ୍ତୋଷ ପ୍ରକାଶ ପାଇଛି । ପ୍ରକାଶ ଯେ ଡାକ୍ତରଖାନାରେ ବିଭିନ୍ନ ବିଭାଗର ପଦ, ପଦବୀ ଖାଲି ରହିବା ଯୋଗୁଁ ପ୍ରବଳ ଭିଡ଼ ଲାଗି ରହିବା ସମସ୍ୟା ଦୀର୍ଘ ଦିନ ଧରି ଲାଗିରହିଛି । ଯଦ୍ବାରା ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥାଏ ।8193a71e ad42 4e17 aac1 8659afb07f6d

ସେହିପରି ଅନେକ ଅସାମାଜିକ ଯୁବକ ମଦ୍ୟପାନ କରି ଏହି ଡାକ୍ତରଖାନା ଆସି ଡାକ୍ତର ଓ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ଓ ସିକୁରୀଟି ଗାର୍ଡ ସହ ସ୍ଵତନ୍ତ୍ର ଭାବେ ପୋଲିସ କର୍ମଚାରୀ ନ ରହିବା ଓ ଟିଟିଲାଗଡ ଫାଣ୍ଡି ଦୂରରେ ଥିବା ଓ ସର୍ବଦା ବନ୍ଦ ରହିବା ଦ୍ୱାରା ଏପରି ଅଘଟଣ ଘଟୁଛି । ଟିଟିଲାଗଡ ଡାକ୍ତରଖାନାରେ ଡାକ୍ତର ଙ୍କୁ ଓ କିଛି କର୍ମଚାରୀ ଓ ସିକୁରୀଟି କର୍ମଚାରୀ ଙ୍କୁ ଗାଳି, ଗୁଲଜ କରିବା ନେଇ କାର୍ଯ୍ୟବନ୍ଦ ପାଳନ କରିଥିବା ବେଳେ ମେଡିକାଲ ସୁପରିଟେଣ୍ଡେନ ଡ଼ଃ ପ୍ରଦୀପ ନାୟକ ରୋଗୀ ଙ୍କ ଅସୁବିଧା ନ ହେଉ ଏଣୁ ଧାରଣା ନ ଦେଇ ପୋଲିସ ରେ ଅଭିଯୋଗ କରିବା ପରାମର୍ଶ ଦେଇଥିଲେ । ପୂର୍ବରୁ ଜଣେ ଅଟୋଚାଳକ ମଦ୍ୟପାନ ଅବସ୍ଥାରେ ଟିଟିଲାଗଡ ଡକ୍ଟରଖାନାକୁ ଆସି କାର୍ଯ୍ୟରତ ଡାକ୍ତର ଓମକାର ହୋତାଙ୍କୁ ଦୁର୍ବ୍ୟବହାର କରିବା ଓ ନିଜେ ଥାନାରେ ତାଙ୍କ ନାଁ ରେ ମିଥ୍ୟା ମାମଲା ଦେଇ ୪୦,୦୦୦ ଟଙ୍କା ନେଇ କେଶ ଫେରାଇବୁ କହିବା ପରି ଘଟଣା ନେଇ ଡାକ୍ତରଖାନା କର୍ମଚାରୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା । ବର୍ତ୍ତମାନ କାର୍ଯ୍ୟବନ୍ଦ ଆନ୍ଦୋଳନ ରୁ ଓହରି ପୂର୍ବରୁ ଦୁର୍ବ୍ୟବହାର କରିଥିବା ଅଟୋଚାଳକ ଓ ତାଙ୍କ ସହଯୋଗୀ ତଥା ବର୍ତ୍ତମାନ ଦୁର୍ବ୍ୟବହାର କରିଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ ନେଇ ଟିଟିଲାଗଡ ଥାନା ରେ ଏତଲା ଦିଆଯାଇଛି ।

Welcome to Odisha News24

%d bloggers like this: