ସାଧାରଣ ଜନତାଙ୍କ ସ୍ୱର

ଡାକ୍ତରଙ୍କ କାମ ନର୍ସ କରି ଜୀବନ ସହ ଖେଳିବା,ତୃଟି ପୁର୍ଣ ଇଂକେକ୍ସନ ଦେବା ଘଟଣା ନେଇ କାର୍ଯ୍ୟାନୁଷ୍ଠାନ ଶୂନ- ହେବ ତୀବ୍ର ଆନ୍ଦୋଳନ : କଂଗ୍ରେସ

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର,ତା୧୭-୦୨): ବଲାଙ୍ଗୀର ଜିଲ୍ଲାରେ ବାରମ୍ବାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମନମୁଖୀ ଓ ଖାମ ଖିଆଲ ମନୋଭାବ ପୋଷଣ ଯୋଗୁଁ ଅକାଳରେ ଜଣେ ପରେ ଜଣେ ମୃତ୍ୟୁର ଶିକାର ହେଉଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ଏ ଦିଗରେ ପ୍ରଶାସନ ନିରବ ଦ୍ରଷ୍ଟା ରହିବା ନେଇ ଆଗାମୀ ଦିନରେ କଂଗ୍ରେସ ଦଳ ପକ୍ଷରୁ ବିରାଟ ଗଣ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।71c99b8a d02c 4f97 8e00 01f0ec0d4d4a

ବଲାଙ୍ଗୀର ଜିଲ୍ଲାର ସଇଁତଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସା ଅବହେଳାରୁ ଦୁଇ ଗୋଟି ନବଜାତ ଶିଶୁ ଙ୍କ ମୃତ୍ୟୁ ଘଟଣା,ତୁଷରା ରେ ପ୍ରସୂତି ମହିଳା ଙ୍କ ସହ ଶିଶୁ ମୃତ୍ୟୁ ଘଟଣା, ଟିଟିଲାଗଡ ଡାକ୍ତରଖାନାରେ ତ୍ରୁଟିପୂର୍ଣ୍ଣ ଇଂକେକ୍ସନ ଦେବାରୁ ଶିଶୁର ମୃତ୍ୟୁ ଭଳି ଘଟଣା ଚହଳ ସୃଷ୍ଟି କରିଛି । ଏହି ସବୁ ସମ୍ବେଦନଶୀଳ ଘଟଣା ନେଇ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଙ୍କ ନିର୍ଦ୍ଦେଶ କ୍ରମେ ସଇଁନ୍ତଲା ସମନ୍ୱିତ ଶିଶୁ ବିକାଶ କେନ୍ଦ୍ର ସିଡିପିଓ ଶ୍ରୀମତୀ ସବିତା ଦାସଙ୍କ ପରାମର୍ଶ କ୍ରମେ ପରିଚାଳିକା ନିଲିନୀ ପଣ୍ଡା ଉକ୍ତ ଗ୍ରାମକୁ ଯାଇ ଦୁଇ ମୃତ୍ୟୁ ବରଣ କରିଥିବା ଶିଶୁଙ୍କ ପରିବାର ଲୋକଙ୍କୁ ସାକ୍ଷାତ କରି ସବିଶେଷ ତଦନ୍ତ କରିଥିଲେ । ପରିତାପର ବିଷୟ ଏହା ଯେ ଉକ୍ତ ତଦନ୍ତ ରିପୋର୍ଟ ଆଜିସୁଦ୍ଧା ପ୍ରଦାନ କରାଯାଇ ନାହିଁ । ସେହିପରି ନର୍ସମାନେ ନିଜେ ଡ଼ାକ୍ତର ପାଲଟି ଜିଲ୍ଲା ର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ରେ ନିଜେ ପ୍ରସବ କରାଇବା ଘଟଣା ପୂର୍ବଭଳି ଚାଲୁରହିଛି । ଏ ନେଇ ବଲାଙ୍ଗିର ଜିଲ୍ଲା ମୁଖ୍ୟ ସୁପରିଟେଣ୍ଡେନ ଡ଼ଃ ଭୀମ ସାହୁ ଜିଲ୍ଲା ର ଏ ସବୁ ଘଟଣା ନେଇ ସବିଶେଷ ତଦନ୍ତ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରତିଶ୍ରୁତି ଦେଇ ଥିଲେ ଯାହା ପାଣିର ଗାର ହୋଇ ଯାଇଛି । ସେହିପରି ଜାଣିଶୁଣି ଜିଲ୍ଲା ପ୍ରଶାସନ ର ଖାମ ଖିଆଲ ମନୋଭାବ ଓ ଏହି ଜୀବନ ସହ ଖେଳ ଖେଳୁଥିବା କର୍ମଚାରୀ ଙ୍କୁ କାହିଁକି ପ୍ରସୟ ଦିଆ ଯାଉଛି ସେ ନେଇ ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ନେଇ ବଲାଙ୍ଗୀର ଜିଲ୍ଲା କଂଗ୍ରେସ ତରଫରୁ ଏକ ଜରୁରୀ ବୈଠକ ରେ ଉପଖଣ୍ଡ କଂଗ୍ରେସ ସଭାପତି ଗୁଣ ସାଗର ମାଝୀ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରିବ ବୋଲି କହିଛନ୍ତି । ଏହି ବୈଠକରେ ଜିଲ୍ଲା ର ଅନେକ ବରିଷ୍ଠ ସଦସ୍ୟ ଯୋଗ ଦେଇଥିଲେ ।59faa9dc d752 483b a262 e6b11a8f1a70

Welcome to Odisha News24

%d bloggers like this: