ଡାକ୍ତରଙ୍କ ଅସାବଧାନତା ନେଇ ପ୍ରସୂତି ମହିଳାଙ୍କ ମୃତ୍ୟୁ ନେଇ ନ୍ୟାୟାଳୟର ଆଶ୍ରୟ ନେଲେ ପରିବାର ଲୋକେ

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର,ତା୨୧/୦୨): ରକ୍ଷକ ଯେବେ ଭକ୍ଷକ ସାଜେ ଓ ଗରିବ ଓ ନିଷ୍ପେସିତଙ୍କ ସ୍ୱର ଯେବେ ଗରିବଙ୍କ ପାଟି ବନ୍ଦ କରିବା ପାଇଁ କାର୍ଯ୍ୟ କରେ ତେବେ ଜଣେ ନ୍ୟାୟ ପାଇବା ପାଇଁ କୁଆଡେ ଯିବ ? ସମାଜର ତଥାକଥିତ ଏହି ଭଦ୍ରମୁଖା ଧାରୀଙ୍କ ବିରୁଦ୍ଧରେ କିଏ ସ୍ୱର ଉତ୍ତୋଳନ କରିବ,ତାହା ଏକ ଜଟିଳ ପ୍ରଶ୍ମ । ଏପରି ଏକ ଲଜ୍ୱାଜନକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲାରେ ।

ସୂଚନା ଅନୁଯାୟୀ ଜୁଲାଇ ୨ଠ, ୨ଠ୨ଠ ମସିହାରେ ସଇଁତଳା ବ୍ଲକ ରାନୀକଟା ଗାଁର ପ୍ରସୂତି ମହିଳାଙ୍କ ବଲାଙ୍ଗୀରର ନିୟୁ ସମଲେଶ୍ୱରୀ ନର୍ସିଂ ହୋମରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଜୁଲାଇ ୧୭ ତାରିଖ ନାରୀକଟାର ଏହି ପ୍ରସୂତି ମହିଳାଙ୍କୁ ବଲାଙ୍ଗୀର ସମଲେଶ୍ୱରୀ ନର୍ସିଂ ହୋମରେ ଭର୍ତ୍ତି କରାଯାଇଥିଲା । ସେହିଦିନ ଡାକ୍ତର ନର୍ମାଲ ଡେଲିଭରି ହେବ ବୋଲି କହି ପରେ ଅସ୍ତ୍ରୋପଚାର କରିଥିଲେ । ନର୍ସିଂ ହୋମରେ କାର୍ଯ୍ୟରତ ଡାକ୍ତର ପ୍ରେମାନନ୍ଦ ମହାନ୍ତି ସେଦିନ ମହିଳାଙ୍କୁ ପୁଅଟେ ହୋଇଛି ବୋଲି କହିଥିଲେ । ତେବେ ପରବର୍ତ୍ତୀ ସମୟରେ ପ୍ରଚୁର ରକ୍ତସ୍ରାବ ଯୋଗୁଁ ପ୍ରସୂତି ମହିଳାଙ୍କୁ ରକ୍ତ ଆବଶ୍ୟକ ବୋଲି ଡାକ୍ତର କହିଥିଲେ । ଦୁଇ ବୋତଲ ରକ୍ତ ଯୋଗାଡ କରିଦେବା ପରେ ମଧ୍ୟ ରକ୍ତ ବନ୍ଦ ନହେବାରୁ ଡାକ୍ତର ପ୍ରସୂତିଙ୍କୁ ଆଉ ଏକ ବ୍ରାଞ୍ଚ ସମ୍ବଲପୁୁରର ସମଲେଶ୍ୱରୀ ନର୍ସିଂ ହୋମକୁ ରେଫର କରିଥିଲେ । ତେବେ ସେଠାରେ ପ୍ରସୂତି ମହିଳାଙ୍କ ମୃତ୍ୟୁ ହୋଇଥିଲା । ପ୍ରସୂତି ମହିଳାଙ୍କ ଭଉଣୀ ରଞ୍ଜୁ ଭଇସlଙ୍କ କହିବା ମୁତାବକ କୁଆଡେ ବଂଚିଥିବା ବେଳେ ପ୍ରସୂତି ମହିଳା ଜଣକ ଡାକ୍ତର ଓ ଷ୍ଟାଫ୍ ମାନେ ଚିକିତ୍ସା ବେଳେ କହୁଥିବା ଶୁଣିଥିଲେ ଯେ, ‘କୌଣସି ଏକ ଭେନ କଟି ଯାଇଛି, ରୋଗୀକୁ ରକ୍ତ ଦିଆ ନ ଗଲେ ତାର ଜୀବନ ପ୍ରତି ବିପଦ ଅଛି’ କୁହାଯାଇଥିଲା । ସେ ଯାହା ହେଉ ପ୍ରଚୁର ରକ୍ତସ୍ରାବ ଯୋଗୁଁ ମହିଳାଙ୍କ ମୃତ୍ୟୁ ହେବା ପରେ ମୃତକଙ୍କ ପରିବାର ପୁଣି ଥରେ ବଲାଙ୍ଗୀର ସମଲେଶ୍ୱରୀ ନର୍ସିଂ ହୋମକୁ ଆଣି ସେଠାରେ ଶବକୁ ରଖିଥିଲେ । ଏପରିକି ଡାକ୍ତର ମାନେ ମହିଳାଙ୍କ କେଉଁ କାରଣରୁ ମୃତ୍ୟୁ ହୋଇଛି ତାହା ଜଣାଇ ନ ଥିଲେ କି ଚିକିତ୍ସା ଜନିତ କାଗଜପତ୍ର ମଧ୍ୟ ପରିବାରବର୍ଗଙ୍କୁ ଫେରାଇ ନ ଥିଲେ । ଡାକ୍ତରଙ୍କ ଅବହେଳା ଯୋଗୁଁ ହିଁ ମହିଳାଙ୍କ ମୃତ୍ୟୁ ହୋଇଛି ବୋଲି ଟାଉନ ଥାନାରେ ଅଭିଯୋଗ କରିବା ପାଇଁ ରୋଗୀଙ୍କ ସଂପର୍କୀୟ ମାନେ ଶେଷରେ ବାହାରିଥିଲେ । ଏହି ସମୟରେ ବଲାଙ୍ଗୀରର ୩ଜଣ ବ୍ୟକ୍ତି ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳି ଗୁଳଜ କରିବା ସହ ଥାନାରେ ଅଭିଯୋଗ କଲେ ଜୀବନରେ ମାରିଦେବୁ ବୋଲି ଧମକ,ଚମକ ଦେଇଥିବା ପ୍ରସୂତି ମହିଳାଙ୍କ ପରିବାର ବର୍ଗ ଅଭିଯୋଗ କରିଛନ୍ତି । ଧମକଚମକ ପାଇବା ପରେ ମୃତକ ଙ୍କ ସଂପର୍କୀୟ ମାନେ ଭୟରେ ଟାଉନ ଥାନାରେ ଅଭିଯୋଗ ନ କରି ସଇଁତଳା ବ୍ଲକର ନିଜର ଗାଁକୁ ଚାଲିଯାଇଥିିଲେ ଓ ୨୬ତାରିଖ ବଲାଙ୍ଗିର ଆଦର୍ଶ ଟାଉନ ଥାନାରେ ଏତଲା ଦେଇଥିଲେ । ହେଲେ ଦୀର୍ଘ ୧ଠମାସ ବିତି ଯାଇଥିଲେ ସୁଦ୍ଧା ପୋଲିସ ଦୋଷୀ ବିରୁଦ୍ଧରେ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ମୃତ ପ୍ରସୂତି ମହିଳାଙ୍କ ପରିବାର ବର୍ଗ ନିରୂପାୟ ହୋଇ ବଲାଙ୍ଗୀର ସ୍ୱତନ୍ତ୍ର କୋର୍ଟ ଏସ୍‌ସି,ଏସ୍‌ଟି ବିଭାଗଙ୍କ ନିକଟରେ ଆବେଦନ କରିଥିଲେ । ଗତ ଶନିବାର ଦିନ ଏମାନେ ବଲାଙ୍ଗୀର ଏସ୍ ପି ଶ୍ରୀ ନୀତିନ କୁଶଲକର ଙ୍କୁ ସାକ୍ଷାତ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । ଅନ୍ୟପଟେ ଏମାନଙ୍କ ଅଭିଯୋଗକୁ ଭିତ୍ତି କରି ମାନ୍ୟବର କୋର୍ଟ ମାର୍ଚ୍ଚ ୮ତାରିଖ ସୁଦ୍ଧା କୋର୍ଟ ଆଗରେ ଘଟଣାର ତଦନ୍ତ ରିପୋର୍ଟ ଦାଖଲ କରିବା ପାଇଁ ପୋଲିସକୁ କଡା ନିର୍ଦ୍ଦେଶ ଦେଇଛନ୍ତି । ଏପଟେ ଘଟଣାରେ ସଂପୃକ୍ତ ଥିବା ଏହି ବଡବଡ଼ିଆ ବ୍ୟକ୍ତି ବିଶେଷ ମାମଲାରୁ ଖସିଯିବା ପାଇଁ ଭିତରିଆ କାରସାଦି କରୁଥିବା ନେଇ ସହରରେ ଚର୍ଚ୍ଚା ହେଉଛି ।

Welcome to Odisha News24

error: Content is protected !!
%d bloggers like this: