ଠାକୁରାଣୀ ମାଆ ବୁର୍ଦାଲ୍ଲା ପଲ୍ଲାମାଙ୍କ ବାର୍ଷିକ ଘଣ୍ଟଯାତ୍ରା ଆରମ୍ଭ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା (୦୧/୦୬): ରାୟଗଡା ଜିଲ୍ଲାର ଗ୍ରାମଦେବୀ ଠାକୁରାଣୀ ମାଆ ବୁର୍ଦାଲ୍ଲା ପଲ୍ଲାମାଙ୍କ ବାର୍ଷିକ ଘଣ୍ଟଯାତ୍ରା ଗତ ୩୧ ତାରିଖ ଠାରୁ ଆରମ୍ଭ ହୋଇଯାଇଛି | ଏକ ବର୍ଷର ଅପେକ୍ଷା ପରେ ପୁଣିଥରେ ମାଆ ରାୟଗଡା ବାସୀଙ୍କ ସଙ୍କଟ ନିବାରଣ ପାଇଁ ଅଭୟମୁଦ୍ରାରେ ବିରାଜିତ ହୋଇସାରିଛନ୍ତି |

କିନ୍ତୁ, ପ୍ରତିବର୍ଷ ଭଳି ଏହିବର୍ଷ ମାଆ ୯ଦିନ ପରିବର୍ତ୍ତେ କେବଳ ୩ଦିନ ଭକ୍ତଙ୍କୁ ଦର୍ଶନଦେବେ | କରୋନା କଟକଣାକୁ ଦୃଷ୍ଟିରେ ରଖି ବୁର୍ଦଲ୍ଲାପଲ୍ଲାମ୍ମାଙ୍କ ପରିଚାଳନା କମିଟି ଜିଲ୍ଲାପାଳଙ୍କ ନିର୍ଦ୍ଧେଶ ଅନୁସାରେ ଏହି ନିଷ୍ପତ୍ତି ନେଇଛନ୍ତି | ସେହିପରି କଟକଣାକୁ ଦୃଷ୍ଟିରେ ରଖି ମାଁଙ୍କ ଘଟକୁ ଏକ ଅସ୍ଥାୟୀ ପୂଜା ମଣ୍ଡପରେ ସ୍ଥାପନ କରାଯାଇ ପୂଜା କରାଯାଉଛି, ଏବଂ ଭକ୍ତଙ୍କ ପ୍ରବେଶକୁ ନିଷେଧ କରାଯାଇଛି | ରାୟଗଡାରେ କରୋନା ମହାମାରୀର କରାଳ ରୂପ ଆଗରେ ହାରି ଯାଇନି ଭକ୍ତ | ଅସମୟରେ ମଧ୍ୟ ମାଁ ଙ୍କ ଉପରୁ ଭକ୍ତଙ୍କ ଆସ୍ଥା ଉଠି ଯାଇନାହିଁ | କରୋନା କଟକଣାକୁ ଅନୁସରଣ କରି ସ୍ୱଳ୍ପ ସମୟ ପାଇଁ ହେଲେ ମଧ୍ୟ ରାୟଗଡା ବାସିନ୍ଦା ମାଁ ଗ୍ରାମଦେବୀଙ୍କ ପୂଜାରେ ତତ୍ପରତା ଦେଖାଇଛନ୍ତି | ଏକ ନିରାଡ଼ମ୍ବର ତଥା ବିନା ଭକ୍ତରେ ପୂଜା ପାଉଛନ୍ତି ମା ଆସନ୍ତା ୨ ତାରିଖ ବୁଧୁବାରଦିନ ପୁଣିଥରେ ମାଁଙ୍କୁ ବିଦାୟ ଦିଆଯିବ |

Welcome to Odisha News24

error: Content is protected !!
%d bloggers like this: