ଟ୍ରାକ୍ଟର ମାଲିକ ସଂଘ ପକ୍ଷରୁ କୋଭିଡ ପରିଚାଳନା ପାଇଁ ଜିଲ୍ଲାପାଳଙ୍କୁ ୫୧ ହଜାର ଟଙ୍କା ସହାୟତା ପ୍ରଦାନ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର (୨୨/୦୫): ଜିଲ୍ଲାରେ ମହାମାରୀ କରୋନାର ଦ୍ଵିତୀୟ ଲହରରେ ଗରିବ, ଅସହାୟଙ୍କ ଲୋକଙ୍କ ଆର୍ଥିକ ସ୍ଥିତି ଦାହଲାଇ ଦେଇଛି ।

ନବରଙ୍ଗପୁର ଟ୍ରାକ୍ଟର ମାଲିକ ସଙ୍ଘ ତରଫରୁ ନବରଙ୍ଗପୁର ଜିଲା କରୋନା ମହମାରୀର ପରିଚାଳନା ନିମନ୍ତେ ୫୧ ହଜାର ଟଙ୍କା ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ରଙ୍କୁ ପ୍ରଦାନ କରିଛନ୍ତି । ଏହି ଅବସରରେ ସଙ୍ଘ ସଭାପତି କଂହୁ ଦାଶ, ସାଧାରଣ ସମ୍ପାଦକ ସାନୁଜ ତ୍ରିପାଠୀ, ଉପସଭାପତି ରାଧାକୃଷ୍ଣ ତ୍ରିପାଠୀ, ଉପଦେଷ୍ଟା ଉତ୍ତମ ତ୍ରିପାଠୀ, କୋଷାଧକ୍ଷ ମନୋଜ ସାଗରିଆ ପ୍ରମୁଖ ଉପସ୍ଥିତ ଥିଲେ । କୋଭିଡ -୧୯ ବିରୁଦ୍ଧରେ ଲଢ଼ିବା ପାଇଁ ରେଡକ୍ରସ୍ ପାଣ୍ଠିକୁ ଓଡିଶାର ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ସହାୟତା କରିଥିବା ଯୋଗୁ ଏହା ଅଭାବୀ , ଗରିବ ଓ ଅସହାୟ ଲୋକଙ୍କ ପାଇଁ ବହୁତ ସହାୟକ ହେବ ବୋଲି କହିବା ସହ ଜିଲ୍ଲାପାଳ ଶ୍ରୀ ଅଜିତ କୁମାର ମିଶ୍ର ସମସ୍ତ କର୍ମକର୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ।

Welcome to Odisha News24

error: Content is protected !!
%d bloggers like this: