ସାଧାରଣ ଜନତାଙ୍କ ସ୍ୱର

ଟ୍ରାକ୍ଟର ଦୁର୍ଘଟଣା ଗ୍ରସ୍ତ, ଅଳ୍ପକେ ବର୍ତ୍ତିଲା ଡ୍ରାଇଭର

ରିପୋର୍ଟ: ସୁଶାନ୍ତ ବେହେରା //
ହରଭଙ୍ଗା (୧୩/୦୨): ବୌଦ୍ଧ, ହରଭଙ୍ଗା ବ୍ଲକ ଧଳପୁର ପଞ୍ଚାୟତର ଅରୂପା ନାମକ ଟ୍ରାକ୍ଟର ଡ୍ରାଇଭର ଅଳ୍ପକେ ମରଣ ମୁଖରୁ ବଞ୍ଚିଲେ |a22f9f16 bae4 4aec 88a6 7f15782f01f9

ଖଣ୍ଡାହତା ରୁ ନୂତନ ଆରଡ଼ି ରୋଡ ହେଉଥିବା ଭଜମନ ପୁର ଛକ ଠାରେ ଆଜି ସକାଳ ୧୧ଟାରେ ଟ୍ରାକ୍ଟର ବେକ କରୁଥିବା ସମୟରେ ଗାଡିର ଭରସାମ୍ୟ ହରାଇ ଥିବାରୁ ଗାଡିଟି ପାଖରେ ଥିବା ଫାର୍ମ ପଣ୍ଡ ଭିତରକୁ ଖସି ଯାଇଥିଲା | ଫଳରେ ଗାଡିର ମୁଣ୍ଡଟି ଓଲଟି ଯିବା ଫଳରେ ପୋଖରୀରେ ପଙ୍କ କାଦୁଅ ଥିବାରୁ ଗାଡି ଚାଲକ ଜଣକ ଗାଡି ସହ ପୋତି ହୋଇଯାଇଥିଲେ | ସ୍ଥାନୀୟ ଲୋକେ ସଂଗେ ସଂଗେ ଗାଡ଼ିଭିତରୁ ଡ୍ରାଇଭରଙ୍କୁ କାଦୁଅରୁ ବାହାର କରି ପ୍ରାଥମିକ ଚିକିତ୍ସା ପାଇଁ ଡାକ୍ତର ଖାନାକୁ ନିଆଯାଇଥିଲା | ଟ୍ରାକଟର ଟି ଖଣ୍ଡାହାତା ଗ୍ରାମର ରମେଶ ପ୍ରଧାନଙ୍କ ବୋଲି ସୂଚନା ମିଳୁଛି |

Welcome to Odisha News24

%d bloggers like this: