ଟ୍ରାକ୍ଟର ଦୁର୍ଘଟଣାରେ ୪ ଆହତ, ଡ୍ରାଇଭର ଗୁରୁତର

ରିପୋର୍ଟ: ଜଗଦୀଶ ଦାସ //
ଜି.ଉଦୟଗିରି (୧୯/୦୫): ଜି.ଉଦୟଗିରି ବ୍ଳକ ଅନ୍ତର୍ଗତ ନିଲୁଙ୍ଗିଆ ମୂଖ୍ୟ ସଡକରେ ମଙ୍ଗଳବାର ଦିନ ଏକ ଟ୍ରାକ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇ ୪ ଜଣ ଆହାତ ହୋଇଥିବା ଜଣାପଡିଛି ।

ବିବରଣିରୁ ପ୍ରକାଶ ଯେ ଏକ ଟ୍ରାକ୍ଟର ନଂ ଓଆର ୧୨ ଏ ୮୦୯୬ ଜାକାମାହାରୁ ଜି.ଉଦୟଗିରି ଅଭିମୁଖେ ଯାଉଥିବା ବେଳେ ନିଲୁଙ୍ଗିଆ ମୂଖ୍ୟ ରାସ୍ତାରେ ଟ୍ରାକ୍ଟରର ଏକସିଲ ଭାଙ୍ଗି ଯିବାରୁ ତାର ସମ୍ମୁଖ ଭାଗଟି ଓଲଟି ପଡିଥିଲା । ଫଳରେ ଡ୍ରାଇଭର ଗୁରୁତର ଆହାତ ହୋଇଥିବା ବେଳେ ବସିଥିବା ତିନି ଶ୍ରମିକ ସାମନ୍ୟ ଆହାତ ହୋଇଥିଲେ । ନିଲୁଙ୍ଗିଆ ଗ୍ରାମବାସୀ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଆହାତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଗୋଷ୍ଟୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତୀ କରିଥିଲେ ।

Welcome to Odisha News24

error: Content is protected !!
%d bloggers like this: