ଟ୍ରାକ୍ଟର ଓଲଟି ଜଣେ ମହିଳା ମୃତ୍ଯୁ ୧୮ଜଣ ଆହତ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣ ସିଂହପୁର (ତା.୧୧/୧୨): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ଧାମୁଣି ପଙ୍ଗା ଗ୍ରାମ ପଞ୍ଚାୟତ ର ପୂଜାରିଗୁଡା ନିକଟରେ ଟ୍ରାକ୍ଚର ଡାଲା ଚାପିହୋଇ ଜଣେ ମହିଳା ମୃତ ହୋଇଥିବାବେଳେ ୧୮ଜଣ ଆହାତ ହୋଇଛନ୍ତି ।

ଖବର ନେବାରୁ ଜଣା ପଡିଛିଜେ କଳାହାଣ୍ଡି ଜିଲ୍ଲା ଥୁଆମୁଲ ରାମପୁର ପଞ୍ଚାୟତର କାନ୍ଦୁଲଗୁଡା ଗାଁର ନକୁଳ ନାୟକ ଙ୍କ ଟ୍ରାକ୍ଟର ରେ ଉକ୍ତ ଗାଁର ପ୍ରାୟ ୨୦ଜଣ ମିହିଳା,ପୁରୁଷ ଓ ଛୋଟଛୋଟ ଶିଶୁମାନଙ୍କୁ ଧରି କଲ୍ୟାଣସିଂହପୁର ବଜାର ଓ ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଆସୁଥିଲେ । ପ୍ରାୟ ୨ଘଣ୍ଟା ସମୟରେ ମାତ୍ର କଲ୍ୟାଣସିଂହପୁର ପହଁଞ୍ଚିବା କୁ ତିନିକିମି ଥିଲା। ବାଟର ରହିଥିବା ବେଳେ ପୂଜାରିଗୁଡା ନିକଟସ୍ଥ ବୁଲାଣି ରାସ୍ତାରେ ଟ୍ରାକ୍ଟର ଟି ଭାରସାମ୍ଯ ହରାଇ ଓଲଟି ପଡିବାରୁ ବସିଥିବା ଲୋକମାନେ ଛିଟିକି ପଡିଥିଲେ ସେଥିମଧ୍ଯରୁ ଜଣେ ମହିଳା ନାରଙ୍ଗି ଦେଇ ମାଝି (୨୫) ଡାଲାରେ ଚାପିହୋଇ ଘଟଣା ସ୍ଥଳରେ ମୃତ୍ଯୁ ହୋଇଥିଲା ।ଘଟଣା ଘଟିବାପରେ ଘଟଣାସ୍ଥଳରୁ ଡାଇଭର ଫେରାର । ଖବର ପାଇ କଲ୍ୟାଣସିଂହପୁର ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଆହାତ ମାନଙ୍କୁ ସ୍ଥାନିୟ ଗୋଷ୍ଟିସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତୀ କରଥିଲେ ।ଏଠାରେ ଡାକ୍ତର ପ୍ରମୋଦ କୁମାର ମିଶ୍ର ସମସ୍ତ ଆହାତଙ୍କୁ ଚିକିତ୍ସା କରିଥିଲେ ।ସେଥିମଧ୍ଯରୁ ଜଣେ ଲକ୍ଷ୍ମୀ ମହାନନ୍ଦିଆଙ୍କ ଅଣ୍ଟା ଭାଙ୍ଗି ଜାଇଥିବାରୁ ତାକୁ ଜିଲା ସ୍ବାସ୍ଥ୍ୟକେନ୍ଦ୍ର କୁ ରେଫର କରାଜାଇଛି । ଆହାତମାନେ ହେଲେ ସାବି ମାଝି,ହାଦେ ମାଝି,ରୁପୁଲି ମାଝି,ରୁପେ ମାଝି,କୁଲି ମାଝି,ହାଣେ ମାଝି,ଆମୀ ମାଝି,ଶୁକ୍ରୁ ମାଝି,ମୁନ୍ଦ୍ରେ ମାଝି, ନାରଙ୍ଗି ମାଝି,ସନାସିଙ୍ଗ ମାଝି,ଦାନୁ ମାଝି,ସଡଗେ ମାଝି,ପାଲେ ମାଝି,ହାଣେ ମାଝି ଓ ମାଙ୍ଗଲେ ମାଝି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।ପୋଲିସ ଶବ ଜବତ କରି ଅଧିକ ତଦନ୍ତ କରୁଛି ‌।

Welcome to Odisha News24

error: Content is protected !!
%d bloggers like this: