ଟିପର ଓଲଟି ବର୍ତ୍ତୀବାଲି ଘାଟିରେ ଡ୍ରାଇଭର ଓ ହେଲପରର ମୃତ୍ୟୁ

ରିପୋର୍ଟ: ଦେବେନ୍ଦ୍ର ନାୟକ //
କାଶୀପୁର ତା-୦୭/୧୨/୨୦୨୦): କାଶୀପୁର ବ୍ଲକ ଗୋଡିବାଲି ପଞ୍ଚାୟତର ବର୍ତ୍ତିବାଲି ନିକଟରେ ଏକ ଦୁର୍ତ୍ତ ଗାମୀ ଟିପର ଓଲଟି ଉକ୍ତ ଗାଡିର ଡ୍ରାଇଭର ଓ ହେଲପରର ମୃତ୍ୟୁ ଘଟିଥିବା ଜଣାପଡିଛି |

ସୂଚନା ଥାଉ କି କାଶୀପୁର ବ୍ଲକ ଅଡାଟ।କିରି ଠାରୁ ବୀରବ।ଫଳ ଠାରେ ଚାଲିଥିବା ରାସ୍ତା କାର୍ଯ୍ୟରେ ନିୟୋଜିତ ଠିକାଧାର ଅରୁଣ ଚୌଧରୀଙ୍କ ଗାଡି ବୋଲି ଜଣାପଢିଛି । ଏହି ଅଞ୍ଚଳରେ ଗାଡି ଗୁଡିକ ଦ୍ରୁତ ଗତିରେ ସବୁବେଳେ ଚଳ ପ୍ରଚଳ କରୁଥିଲେ ମଧ୍ୟ ପ୍ରଶାସନ ଧ୍ୟାନ ଦେଉ ନ ଥିବା ଏଭଳି ଘଟଣା ଘଟି ପ୍ରାଣହାନି ଘଟୁଥିବା ଏକ ମୁଖ୍ୟକାରଣ । ଏହି ଅବସରରେ ସେହି ମୁଖ୍ୟ ରାସ୍ତାରେ ଥିବା ଗ୍ରାମ ଗୁଡିକ କେତେବେଳେ କାହାର ଜୀବନ ହାନି ଘଟିବ ସେ ନେଇ ଆଶଙ୍କା ପ୍ରକାଶ କରିଥିବା ବେଳେ ଏଭଳି ସଡକ ଦୁର୍ଘଟଣା କାଶୀପୁର ବ୍ଲକରେ ଏକ ନୀତିଦିନୀଆ ଘଟଣା ହୋଇଯାଇଛି | ଉକ୍ତ ସଡକ ଘଟଣାରେ ମୃତ୍ୟୁ ହୋଇଥିବା ଡ୍ରାଇଭର ଓ ହେଲପରର ପରିଚୟ ମିଲି ନ ଥିବା ବେଳେ କାଶୀପୁର ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଏକ ଦୁର୍ଘଟଣା ଜନିତ ମାମଲା ନା ରେ ଏତଲା କରିଥିବା ଜଣାପଡିଛି ।

Welcome to Odisha News24

error: Content is protected !!
%d bloggers like this: