ଟିକିଏ ବର୍ଷାରେ ରାସ୍ତା ଉପରେ ପାଣି

ରିପୋର୍ଟ: ସୁଶାନ୍ତ ବେହେରା //
ବୌଦ୍ଧ (୩୦/୦୫): ସରକାରଙ୍କ ବିଭିନ୍ନ ଯୋଜନା ହରଭଙ୍ଗା ବ୍ଲକ ରେ ଫେଲମାରିଛି | ଟିକିଏ ବର୍ଷା ରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡୁଛି | ନା ଦୃଷ୍ଟି ପଡୁଛି ବ୍ଲକ ପ୍ରଶାସନର ନା ପଂଚାୟତ କର୍ମଚାରୀଙ୍କ |

ତିଲେଶ୍ଵର ପଂଚାୟତ ଖଜୁରିଆ ଗାଁର ଖଜୁରିଆ ନାଳରୁ ଜଗନ୍ନାଥ ଷଡ଼କକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ସାଙ୍ଘାତିକ | ବାତ୍ୟା ୟାସ ପରେ ରାସ୍ତାର ୧୦୦ ମିଟର ପାଣି ଜମି କାଦୁଅରେ ଶୋଚନୀୟ ହୋଇପଡିଛି | ଯାତାୟତ ସମୟରେ ସାଧାରଣ ଜନତା ଦୁର୍ଘଟଣାର ଶିକାର ହେଉଛନ୍ତି | ଏହାକୁ ବିଭାଗୀୟ କର୍ତ୍ତୃପକ୍ଷ ଯଥାଶୀଘ୍ର ଦୃଷ୍ଟି ଦିଅନ୍ତୁ ବୋଲି ସ୍ଥାନୀୟ ଜନସାଧାରଣଙ୍କ ଦାବି ହୋଇଛି |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: