ଟିକା ନେବାକୁ ୩ ଗୋଟି କେନ୍ଦ୍ରରେ ଆଗ୍ରହ ପରିଲକ୍ଷିତ, ୫ ଦିନରେ ୧୯୦୮ ଜଣଙ୍କୁ କୋଭିଡ-୧୯ ଟିକା

ରିପୋର୍ଟ: ଭଗବାନ ମହାନ୍ତି //
ଆଶା ଓ ଅଙ୍ଗନବାଡି ଦିଦି ମାନେ ଗାଁ ମାନଙ୍କରେ କୋଭିଡ ଟିକା ନେବାପାଇଁ ମାଇକିଙ୍ଗ କରୁଛନ୍ତି
ମୁରିବାହାଲ ତା୬/୦୪): ମୁରିବାହାଲ ବ୍ଲକ ୩ ଗୋଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଆଗ୍ରହ ବଢୁଥିବା ପରିଲକ୍ଷିତ ହୋଇଛି | ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ସଂଗ୍ରାମ କେଶରୀ ନାୟକଙ୍କ ତତ୍ୱାବଧାନରେ କୋଭିଡ -୧୯ ଟିକାକରଣ ଚାଲିଛି |

୫ ଦିନ ମଧ୍ୟରେ ସମୁଦାୟ ୧୯୦୮ ଜଣଙ୍କୁ କୋଭିଡ ଟିକା ଦିଆ ଦିଆଯାଇଥିବା ଡିଇଓ ଗୌରୀଶଙ୍କର ତାଣ୍ଡି ପ୍ରକାଶ କରିଛନ୍ତି | ଲୋକଙ୍କ ଆଗ୍ରହ ସହିତ ସଚେତନତା ଥିବା ପରିଲକ୍ଷିତ ହେଉଛି | ଲୋକମାନେ ସମସ୍ତେ ଶାନ୍ତି ଶୃଙ୍ଖଳା ସହିତ ବସି ଆଗ୍ରହ ସହିତ କୋଭିଡ ଟିକା ନେଉଥିବା ଦେଖିବାକୁ ମିଲୁଛି | ୩ ଗୋଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ୫ଦିନରେ ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ୬୦୯ ଜଣଙ୍କୁ ଟିକା ଦିଆଯାଇଥିବାବେଳେ, ଲେବେଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ୬୫୭ ଓ ଗୁଡିଘାଟ ସ୍ୱାସ୍ଥ୍ୟକେନ୍ଦ୍ରରେ ୬୪୨ ଜଣଙ୍କୁ ଦିଆଯାଇସାରିଛି | ଏହି ସମ୍ପର୍କରେ ଡାକ୍ତର ନାୟକ ଏବଂ ବିପିଏମ ଅମୀୟ ରାଜପାଲିଆଙ୍କୁ ପଚାରିବାରୁ ଲୋକେ ସଚେତନତା ଥିବା ସହିତ କୋଭିଡ ଟିକା ପାଇଁ ଆଗ୍ରହ ପ୍ରକାଶ କରିବାପାଇଁ ଗାଁ ମାନଙ୍କରେ ଆଶା ଓ ଅଙ୍ଗନବାଡ଼ି ଦିଦି ମାନେ ମାଇକିଙ୍ଗ କରି କୋଭିଟ ଟିକା ନେବାପାଇଁ ସଚେତନତା କରିଥିବା ପ୍ରକାଶ କରିଛନ୍ତି | ବିପିଏମ ଅମିୟ ରାଜପାଲିଆ ୩ଗୋଟି କେନ୍ଦ୍ରରେ ଭେକସିନେଟର ଭାବରେ ମୁରିବାହାଲ କେନ୍ଦ୍ରରେ ମିଥୁନ ଛୁରା, ଗୁଡିଘାଟ କେନ୍ଦ୍ରରେ ସୁବେନ୍ଦୁ ମହାକୁର, ଲେବେଡା କେନ୍ଦ୍ରରେ ଉପାସୀ ବିଶ୍ୱାଳ କୋଭିଡ ଟିକା ଦେଇଥିଲେ | ବିପିଏମ ଅମୀୟ ରାଜପାଲିଆ ଲୋକଙ୍କ ଆଗ୍ରହ ବଢୁଥିବା ପ୍ରକାଶ କରିଥିଲେ |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: