ସାଧାରଣ ଜନତାଙ୍କ ସ୍ୱର

ଟିକାବାଲି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ସ୍ବେଛାକୃତ ରକ୍ତଦାନ ଶିବିର

ୱେବ ରିପୋର୍ଟର : ଜଗଦୀଶ ଦାସ //
ଟିକାବାଲି (୧୧/୦୨): ରକ୍ତ ଦାନ ଏକ ମହତ୍ ଦାନ।ଏହାକୁ ଦୃଷ୍ଟିର ରଖି କନ୍ଧମାଳ ଜିଲ୍ଲା ଟିକାବାଲି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ” ମାଁ ତାରିଣୀ ବ୍ୟବସାୟୀ ସଙ୍ଘ” ଦ୍ବାରା ଆଜି ଏକ ସ୍ବେଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।34f67ab8 d127 4c06 b2cc 9e98610aa16b

ସ୍ଥାନୀୟ ପଞ୍ଚାୟତ ସମିତି ଅଧକ୍ଷା ସୂଚିତ୍ରା ପ୍ରଧାନ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଟାନିକ ଭାବେ ଶୁଭାରମ୍ଭ କରିଥିବାବେଳେ ସ୍ଥାନୀୟ ଗୋଷ୍ଟୀ ଉନ୍ନୟନ ଅଧିକାରୀ ଫକିର ଚରଣ ପରିଡା,ତହସିଲଦାର ବିସ୍କେସନ ପ୍ରଧାନ,ସରପଞ୍ଚ ରସ୍ମିତା କହଁର ପ୍ରମୁଖ ରକ୍ତ ଦାନ ଶିବିର ଉଦଘାଟନରେ ଭାଗନେଇ ” ମାଁ ତାରିଣୀ ବଣିକ ସଂଙ୍ଘ”ର ସଭ୍ୟମାନଙ୍କୁ ରକ୍ତ ଦାନ କରିବାକୁ ଉତ୍ସାହିତ କରିଥିଲେ।ଉକ୍ତ ଶିବିରରେ ମୋଟ ୫୪ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟର ରକ୍ତ ଭଣ୍ଡାର କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ।

Welcome to Odisha News24

%d bloggers like this: