ଝୁଲନ୍ତା ଅବସ୍ଥାରେ ନାବଳିକାର ମୃତଦେହ ଉଦ୍ଧାର

ରିପୋର୍ଟ: ଏ.କେ.ବିଶ୍ୱାସ //
ମାଲକାନଗିରି (୨୫/୦୩): ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ମୋଟୁ ଥାନା ଅନ୍ତର୍ଗତ ଲୁଗେଲ ପଞ୍ଚାୟତ ଏମପିଭି-୫୩ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଏମପିଭି-୫୩ ଗ୍ରାମରେ ରହୁଥିବା ବିନୟକୃଷ୍ଣ ମଣ୍ଡଲ ଓ ହରିଦାସୀ ମଣ୍ଡଳଙ୍କ ନାବାଳିକା ଝିଅ ରୁପା ମଣ୍ଡଳ (୧୫) ଗତକାଲି ବିଲ୍ଵବିତ ରାତିରେ ନିଜ ଘର ପଛପଟେ ଥିବା ଗୋଟିଏ ଆମ୍ବ ଗଛରେ ବେକରେ ଓଢଣୀ ଦେଇ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ଆଜି ଭୋର ପ୍ରାୟ ୪ଟା ସମୟରେ ଘର ପଛରେ ଥିବା ଏକ ଗଛରେ ରୂପାଙ୍କ ମୃତ ଶରୀର ପରିବାର ଲୋକେ ଝୁଲୁ ଥିବାର ଦେଖିଥିଲେ । ଏ ନେଇ ମୃତ ରୂପାଙ୍କ ବାପା ଓ ଗ୍ରାମବାସୀ ମିଶି ଆଜି ମୋଟୁ ଥାନାରେ ପହଞ୍ଚି ଏକ ଲିଖିତ ଏତଲା ଦେଇଥିଲେ ତେବେ ଉକ୍ତ ଏତଲା କୁ ଭିତ୍ତି କରି ମୋଟୁ iଥାନା ଅଧିକାରୀ ସୁଶାନ୍ତ ସାହୁଙ୍କ ନିର୍ଦେଶ କ୍ରମେ ଏ ଏସ ଆଇ ବନମାଳୀ ପ୍ରଧାନଙ୍କ ନେତୃତ୍ୱ ରେ ଏକ ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ନାବାଳିକା ରୂପାଙ୍କ ମୃତ ଶରୀରକୁ ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇବା ସହ ଘଟଣାର ତଦନ୍ତ ଚଳାଇଛି ପୋଲିସ । ତେବେ କେଉଁ କାରଣରୁ ନାବାଳିକା ଜଣକ ଆତ୍ମହତ୍ୟା କରିଛି ନାଁ ତାଙ୍କୁ ହତ୍ୟା କରାଯାଇଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ । ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ଓ ତଦନ୍ତ ସରିବା ପରେ ହିଁ ପ୍ରକୃତ ଘଟଣା ଜଣା ପଡ଼ିବ ବୋଲି ମୋଟୁ ଏସ୍ଆଇ ବନମାଳୀ ପ୍ରଧାନ କହିଛନ୍ତି । ଶବ ବ୍ୟବଚ୍ଛେଦ ସରିବା ପରେ ନାବାଳିକାର ଶବକୁ ତାଙ୍କ ପରିବାର ଲୋକଙ୍କୁ ପୋଲିସ ହସ୍ତାନ୍ତର କରିଛି । ଏ ନେଇ ମୋଟୁ ଥାନାରେ ଏକ କେଶ ନଂ-୦୭/୨୧ରେ ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ଓ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଚାଲିଥିବା ଜଣାପଡ଼ିଛି |

Welcome to Odisha News24

error: Content is protected !!
%d bloggers like this: