ଝିଅ ବାହାଘର ପାଇଁ ନଗଦ ଟଙ୍କା ଓ ସୁନା ଗହଣା ବ୍ୟାଗ ନେଇ ଫେରାର ଦୁର୍ବୁତ୍ତଙ୍କ ଯୋଜନା ଫେଲ

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର, ତା୨୭-୦୪): ବିନେକେଲା ପଞ୍ଚାୟତର ଟଙ୍କଧର ବାଗ ନାମକ ଜଣେ ବ୍ୟକ୍ତି ତାଙ୍କ ଝିଅ ବାହାଘର ପାଇଁ ବ୍ୟାଙ୍କ ରୁ ନଗତ ଟଙ୍କା ଉଠେଇ ସୁନା ଗହଣା କିଣି ଏକ ପୂଜା ବସ୍ତ୍ରାଳୟ ନାମକ ଲୁଗା ଦୋକାନ ରୁ ଆବଶ୍ୟକ ବିଭିନ୍ନ ବସ୍ତ୍ର କିଣି ବାହାରୁଥିବା ବେଳେ ହଠାତ ଏକ ପୁଲସର ଗାଡି ରେ ଦୁଇ ଦୁର୍ବୃତ୍ତ ଆସି ନଗଦ ଟଙ୍କା,ସୁନା ରୁପା ଆଦି ଲୁଟି ଫେରାର ଉଦ୍ୟମ ବେଳେ ତାଙ୍କ ଯୋଜନା ବିଫଳ ହୋଇଥିବା ନେଇ ଆଲୋଚନା ହେଉଛି ।

ସୂଚନା ଅନୁଯାୟୀ ଶ୍ରୀ ବାଗ ଙ୍କ ଝିଅ ଯସ୍ମୀନ ବାଗ ଙ୍କ ବିବାହ ପାଇଁ ବ୍ୟାଙ୍କ ରୁ ୪୯ ହଜାର ଟଙ୍କା ଉଠେଇ ଥିଲେ ଓ ନିଜ ବାଇକ ଡ଼ିକି ରେ ଉକ୍ତ ଟଙ୍କା ଓ ସୁନା ଗହଣା ଆଦି ରଖି ପୂଜା ବସ୍ତ୍ରାଳୟ ଭିତର କୁ ଯାଇ ଲୁଗାପଟା କିଣି ଫେରିବା ବେଳକୁ ତାଙ୍କ ଗାଡି ଡ଼ିକି ରେ ଥିବା ବ୍ୟାଗ ନ ଥିଲା । ଏହା ଦେଖି ଅସହାୟ ଅବସ୍ଥାରେ ଟିଟିଲାଗଡ଼ ଥାନା ରେ ପହଁଚିଥିବା ବେଳେ ସେଠି ତାଙ୍କ ଟଙ୍କା ଓ ସମସ୍ତ ସୁନା ଗହଣା ଥିବା ଜାଣିବାକୁ ପାଇଥିଲେ । ଏକ ପୁଲସର ରେ ଉକ୍ତ ଦୁଇ ଅଭିଯୁକ୍ତ ବାଇକ ଡ଼ିକି ରୁ ଟଙ୍କା ବାହାର କରି ଫେରାର ହୋଇଯିବା ଉଦ୍ୟମ କରୁଥିବା ବେଳେ ପେଟ୍ରୋଲିଂ ପାଇଁ ଟିଟିଲାଗଡ଼ ଅତିରିକ୍ତ ଆରକ୍ଷୀ ଅଧିକାରୀ ସୁରେନ୍ଦ୍ର ନାଥ ଶତପଥୀ ଉକ୍ତ ରାସ୍ତା ରେ ଯାଉଥିବା ବେଳେ ତାଙ୍କୁ ସନ୍ଦେହ ହେବାରୁ ତାଙ୍କୁ ଧରିବା ପାଇଁ ପ୍ରାୟ ଦେଢ଼ କିମି ଗୋଡେଇ ଥିବା ବେଳେ ସେମାନେ ପଲସର ଗାଡି ଛାଡି ଫେରାର ହୋଇଯାଇଥିଲେ ।

ଉକ୍ତ ଚୋରୀ ବ୍ୟାଗ ସହ ସମସ୍ତ ସୁନା ଗହଣା ତାଙ୍କୁ ଫେରାଇ ଦେଇଥିଲେ । ଉକ୍ତ ପୁଲସର ଗାଡି ଜବତ କରିବା ସହ ପୂର୍ବରୁ କିଛି ଦୁର୍ବୁତ୍ତ ଏପରି ଲୁଟ କରିବା ନେଇ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଏହି ଦୁଇ ଜଣଙ୍କୁ ଗିରଫ କଲେ ସବିଶେଷ ବିବରଣୀ ହାସଲ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସୂଚନା ଦିଆଯାଇଛି । ସେହିପରି ଉପଖଣ୍ଡ ଆରକ୍ଷୀ ଅଧିକାରୀ ତତ୍ପରତା ଓ ସଠିକ ସମୟରେ ନେଇଥିବା ଉଚିତ ପଦକ୍ଷେପ ନେବା ନେଇ ବିଭିନ୍ନ ମହଲରେ ପ୍ରଶଂସା ର ପାତ୍ର ହୋଇଛନ୍ତି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: