ଝାରପଡ଼ା ଜେଲରେ କ୍ଷମତା ଆଉ ୧୦୦ ବଢିବ; କିନ୍ନର, ବୟସ୍କ, ରୁଗିଣାଙ୍କ ପାାଇଁ ସ୍ୱତନ୍ତ୍ର ୱାର୍ଡ

ରିପୋର୍ଟ: ଶୁଭାଶିଷ ନାୟକ //
ଭୁବନେଶ୍ୱର(୦୧/୦୬): ରାଜଧାନୀରେ ଅପରାଧ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସେହି ଅନୁପାତରେ ଅପରାଧିଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଫଳରେ ଝାରପଡ଼ା ସ୍ୱତନ୍ତ୍ର ଜେଲରେ ଅନ୍ତେବାସୀଙ୍କ ସଂଖ୍ୟା କ୍ଷମତା ଠାରୁ ଅଧିକ ରହିଛି । ଏବେ ଜେଲରେ ୭୪୭ କଏଦୀ ରହିବାର କ୍ଷମତା ରହିଥିବା ବେଳେ ୯୦୦ରୁ ଅଧିକ ଅନ୍ତେବାସୀ ରହୁଛନ୍ତି । ଏପରି ସ୍ଥଳେ ଝାରପଡ଼ା ଜେଲରେ ଆଉ ୧୦୦ ଅନ୍ତେବାସୀଙ୍କ ପାଇଁ ନୂଆ କୋଠା ର୍ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଏଥିସହିତ କିନ୍ନରଙ୍କ ପାଇଁ ୧୦ଟି ବେଡ୍ ଥିବା ସ୍ୱତନ୍ତ୍ର ୱାର୍ଡ, ବୟସ୍କ ଏବଂ ରୁଗିଣା ବ୍ୟକ୍ତିଙ୍କ ପାଇଁ ୧୦ ଟି ବେଡ ଥିବା ସ୍ୱତନ୍ତ୍ର ୱାର୍ଡ, ହାଡକୋର ଅପରାଧୀଙ୍କ ପାଇଁ ୧୦ଟି ହାଇ ସୁରକ୍ଷା ସେଲ କରାଯିବ ବୋଲି ଜେଲ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେହିପରି ନୂଆ ୪ଟି ଅଫିସର କ୍ୱାଟର, ୬ ଟି ୱାର୍ଡର କ୍ୱାଟର ମଧ୍ୟ ନିର୍ମାଣ ହେବ । ଏନେଇ ରାଜ୍ୟ ସରକାରଙ୍କ ବଜେଟରେ ପାଣ୍ଠି ସ୍ଥିର କରଯାଇଥିବା ସୂଚନା ମିଳିଛି । ତେବେ ଏହି ସବୁ ନୂଆ ଗୃହ କେଉଁଠି ହେବ ତାର ସମୀକ୍ଷା କରିଛନ୍ତିି ଜେଲ ଡିଜି ସନ୍ତୋଷ ଉପାଧାୟ । ଆଜି ଡିଜି ଜେଲ ପରିଭ୍ରମଣରେ ଆସିବା ସହ ସୁରକ୍ଷା ବ୍ୟବସ୍ଥା ମଧ୍ୟ ସମୀକ୍ଷା କରିଛନ୍ତି । ବିଶେଷ କରି କୋଭିଡ ନିମୟ ପାଳନ ଉପରେ ଡିଜି ଗୁରୁତ୍ୱ ଦେବା ସହ ଜେଲର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ନିୟମ କଡାକଡି ପାଳନ କରିବାକୁ ନିଦେ୍ର୍ଧଶ ଦେଇଥିଲେ ।

ତେବେ ନିକଟରେ ଝାରପଡା ଜେଲ ଭିତରୁ ସ୍ମାର୍ଟ ଫୋନ୍ ସହ ୨୦ ରୁ ଅଧିକ ମୋବାଇଲ ଜବତ କରାଯାଇଥିଲା । ଏହା ଉପରେ ଡିଜି ଜେଲରେ ଥିବା କର୍ମଚାରୀମାନଙ୍କୁ ସହ ଆଲୋଚନା କରିଛନ୍ତି । କେଉଁ ପରିସ୍ଥିତିରେ ଜେଲ ଭିତରକୁ ନିଶା ଦ୍ରବ୍ୟ ଯାଉଛି ତା ଉପରେ ଯାଞ୍ଚ କରିଛନ୍ତି ଡିଜି । କର୍ମଚାରୀଙ୍କ ସମ୍ପୃକ୍ତି ରହୁଥିବାରୁ ନିୟମ କଡାକଡି ଭାବେ ପାଳନ କରିବାକୁ ଡିଜି ନଦେ୍ର୍ଧଶ ଦେଇଛନ୍ତିି । ଜେଲର କିଛି ଅନ୍ତେବାସୀଙ୍କ ସହ ଡିଜି କଥାବର୍ତ୍ତା କରିବା ସହ ସେମାନଙ୍କ ଖାଦ୍ୟପେୟ ଉପରେ ପଚାରି ବୁଝିଥିବା ସୂଚନା ମିଳଛି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: