ଜୟ ଦୁର୍ଗା ଟ୍ରଷ୍ଠ ପକ୍ଷରୁ ଲୋକଙ୍କୁ ବସ୍ତ୍ର ସହ ପଢ଼ା ଉପକରଣ ବଣ୍ଟନ

ରିପୋର୍ଟ: ବିଭୁତି ଲହରିଆ //
ବାଲିଗୁଡା,୩୦/୧୨): ଭୁବନେଶ୍ୱର ସ୍ଥିତ ଜୟ ଦୁର୍ଗା ଟ୍ରଷ୍ଟ ପକ୍ଷରୁ ଦାରିଙ୍ଗବାଡ଼ି ବ୍ଲକ ବାଡ଼ାବାଙ୍ଗା ପଞ୍ଚାୟତ ଅଂଚଳର ଶତାଧିକ ଲୋକଙ୍କୁ ଶୀତବସ୍ତ୍ର,ଲୁଙ୍ଗି,ଶାଢ଼ୀ,ଗାମୁଛା ବଣ୍ଟନ କରାଯାଇଥିବା ବେଳେ ଛାତ୍ରଛାତ୍ରୀଙ୍କୁ ପାଠ୍ୟଉପକରଣ ବଣ୍ଟନ କରାଯାଇଛି ।

ପ୍ରଥମ ରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ୧୫୦ ଜଣ ଛାତ୍ରଛାତ୍ରୀଙ୍କୁ ପାଠପଢା ଉପକରଣ,ତୃତୀୟ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୨୦୦ ଶହ ଛାତ୍ରଛାତ୍ରୀଙ୍କୁ ଟେଷ୍ଟ ପେପର ବଣ୍ଟନ ସହ ଅସହାୟ ଗରିବ ତଥା ବୃଦ୍ଧାବୃଦ୍ଧ ଙ୍କୁ ୧୫୦ ଗୋଟି ଶୀତବସ୍ତ୍ର,୨୦୦ ଗୋଟି ଲୁଙ୍ଗି,୨୦୦ ଶାଢ଼ୀ,୨୦୦ ଗାମୁଛା ବଣ୍ଟନ କରାଯାଇଥିଲା । ଗୋଟିଏ ପଟେ କରୋନା କଟକଣା ଫଳରେ ବିଦ୍ୟାଳୟ ଗୁଡିକ ବନ୍ଦ ଥିବା ଯୋଗୁଁ ଛାତ୍ରଛାତ୍ରୀ ପାଠ ପଢ଼ାରେ ବହୁ ସମସ୍ୟା ଭୋଗୁଥିବା ବେଳେ ଅନ୍ୟ ପଟେ ଦାରିଙ୍ଗବାଡ଼ିରେ ହାଡ଼ ଭଙ୍ଗା ଶୀତ ଲୋକଙ୍କୁ ଅଥୟ କରିଛି । ଏଭଳି ସ୍ଥଳେ ଭୁବନେଶ୍ୱରର ଜୟ ଦୁର୍ଗା ଟ୍ରଷ୍ଠ ଲୋକଙ୍କୁ ସହାୟତର ହାତ ବଢାଇଥିବା ଫଳରେ ସ୍ଥାନୀୟ ଗ୍ରାମବାସୀଙ୍କ ସମସ୍ୟା କିଛି ମାତ୍ରାରେ ସମାଧାନ ହୋଇଥିବା ଦେଖିବାକୁ ମିଳିଛି । ବାଡ଼ାବାଙ୍ଗା ଗ୍ରାମର ସମାଜସେବୀ ସୁକାନ୍ତ ସାହୁ(ଟୁଟୁ) ଙ୍କ ସହଯୋଗ କ୍ରମେ ଟ୍ରଷ୍ଟର ଅଧକ୍ଷା ସାଗରିକା ଜେନା ସ୍ଥାନୀୟ ଲୋକଙ୍କୁ ସହାୟତା ବଣ୍ଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ତ୍ରିନାଥ ରଣା, ଉପେନ୍ଦ୍ର ସାହୁ ଏହି ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Welcome to Odisha News24

error: Content is protected !!
%d bloggers like this: