ଜୟରାମ ବନଛୋର ମୃତ୍ୟୁ ମାମଲା : ଏସ.ପି.ଙ୍କୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଲା କ୍ରାଇମ ବ୍ରାଞ୍ଚ

ରିପୋର୍ଟ: ସୁଶାନ୍ତ ବେହେରା //
ବାଉଁଶୁଣୀ ୦୨ /୦୬): ବାଉଁଶୁଣୀ ଥାନା ଅଁଳାପାଲି ଗ୍ରାମ ପଞ୍ଚାୟତ ଗୁଡ ପଡା ଗ୍ରାମର ଜୟରାମ ବନଛୋର ମୃତ୍ୟୁ ମାମଲା ବର୍ତ୍ତମାନ ଭିନ୍ନ ମୋଡ ନେଇଛି | ଟ୍ରାକ୍ଟର ଚାଳକ ଜୟରାମଙ୍କ ମୃତ ଦେହ ଗତ ମାର୍ଚ୍ଚ ମାସ ୧୩ ତାରିଖ ସକାଳେ ବହିରା ଗ୍ରାମ ନିକଟରୁ ଗୋଟିଏ ପଟାସ୍ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା | ପ୍ରଥମେ ଘଟଣାକୁ ଆତ୍ମହତ୍ୟା କୁହା ଯାଉଥିବା ବେଳେ ମୃତ ଜୟରାମଙ୍କ ପିତା ବିନୟ ବନଛୋର ହତ୍ୟା ଅଭିଯୋଗ ଆଣିଥିଲେ |

ତାଙ୍କ ପୁଅକୁ ହତ୍ୟାକରି ଗଛରେ ଝୁଲାଇ ଦେଇଥିବା ଅଭିଯୋଗ କରି ବାଉଁଶୁଣୀ ଥାନାରେ ଲିଖିତ ଅଭିଯୋଗ ଦାଖଲ୍ କରିଥିଲେ | ବାଉଁଶୁଣୀ ପୋଲିସ ଅଭିଯୋଗକୁ ଗୁରୁତ୍ବ ଦେଇ ନଥିଲା କିମ୍ବା ଅଭିଯୋଗ ଆଧାରରେ ତଦନ୍ତ ନ କରିବାରୁ ମୃତକଙ୍କ ପିତା ବୌଦ୍ଧ ଏସ.ଡି.ଜେ.ଏମ. ଙ୍କ ଅଦାଲତରେ ଅଭିଯୋଗ ଦାଖଲ୍ କରିଥିଲେ | ମାନ୍ୟବର ଅଦାଲତ ମାମଲାର ବିଚାର କରି ହତ୍ୟା ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେବା ପରେ ବାଉଁଶୁଣୀ ଥାନାରେ ଗତ ତା ୮. ୪. ୨୦୨୧ ରିଖରେ କେସ ନମ୍ବର୍ ୪୪ / ୨୦୨୧ ରେ ଦଫା ୩୦୨, ୨୦୧,୩୪ ରେ ହତ୍ୟା ମାମଲା ପଂଜିକୃତ ହୋଇଥିଲା | ଅଦାଲତ ନିର୍ଦ୍ଦେଶରେ ମାମଲା ପଂଜିକରଣ ହେବା ପରେ ମଧ୍ୟ ବାଉଁଶୁଣୀ ପୋଲିସ୍ ତଦନ୍ତ ନକରି ଚୁପ୍ ରହିବା ଓ ଅଭିଯୁକ୍ତ ମାନଙ୍କୁ ପ୍ରମାଣ ନଷ୍ଟ କରିବା ପାଇଁ ସୁଯୋଗ ଦେଉଥିବା ଅଭିଯୋଗ କରି ଜୟରାମଙ୍କ ପିତା ବିନୟ ଗତ ୧୯. ୪. ୨୦୨୧ ରିଖରେ ଓଡିଶା ପୋଲିସ୍ ସି. ଆଇ. ଡି. ଓ କ୍ରାଇମ ବ୍ରାଞ୍ଚ ମହା ନିରୀକ୍ଷକଙ୍କ ସମେତ ପୋଲିସ୍ ମହା ନିର୍ଦ୍ଦେଶକଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ | କ୍ରାଇମ ବ୍ରାଞ୍ଚ ଏସ.ପି.ଙ୍କ ପତ୍ର ସଂଖ୍ୟା ୧୨୮/୨୦୨୧ ତା ୧୧. ୫. ୨୧ ରେ ମାମଲା ସମ୍ପର୍କରେ ବାଉଁଶୁଣୀ ପୋଲିସ୍ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସେ ସମ୍ପର୍କରେ ଜଣାଇବାକୁ ବୌଦ୍ଧ ଏସ. ପି. ଙ୍କୁ ଚିଠି ଲେଖିଥିବା ଜଣା ପଡିଛି |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: