ଜୟପୁର-ନବରଙ୍ଗପୁର ରେଳପଥ ନେଇ ଜମି ଅଧିଗ୍ରହଣ ନିମନ୍ତେ ଗ୍ରାମସଭା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର (୨୯/୦୧): ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ସିନ୍ଧିଗୁଡା ପଂଚାୟତ କାର୍ଯ୍ୟାଳୟ ଓ ନବରଙ୍ଗପୁର ମୁନିସିପାଲିଟି ଠାରେ ରେଳବାଇ ବିଭାଗ ଓ ଜିଲ୍ଲା ପ୍ରଶାସନ ତରଫରୁ ଜୟପୁର-ନବରଙ୍ଗପୁର ପ୍ରଶସ୍ତ ରେଳପଥ ସଂଯୋଗୀକରଣ ନିମନ୍ତେ ଜମି ଅଧିଗ୍ରହଣ ନିମନ୍ତେ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି।

ଏହି ଦୁଇ ଗ୍ରାମସଭା ଠାରେ ନବରଙ୍ଗପୁର ଏ ଡି ଏମ ନିମାଇଁ ଚରଣ ସୁତାର ସଭାପତିତ୍ୱ କରିଥିବା ବେଳେ, ଉପଜିଲ୍ଲାପାଳ ଭାସ୍କର ରଇତ, ସିନ୍ଧିଗୁଡା ସରପଂଚ ଧନର ପୁଜାରୀ, ଉଭୟ ନନ୍ଦାହାଣ୍ଡି ଓ ନବରଙ୍ଗପୁର ତହସିଲଦାର , ରେଳୱେ ଅଧିକାରୀ ଏସ. ଗୋପାଳଡୁ,ସିନ୍ଧିଗୁଡା ପଂଚାୟତ ନିର୍ବାହୀ ଅଧିକାରୀ, ନବରଙ୍ଗପୁର ମୁନିସିପାଳିଟି ନିର୍ବାହୀ ଅଧିକାରୀ ଗୌରୀ ଚନ୍ଦ୍ର ପଟ୍ଟନାୟକ , ବ୍ଲକ ବିଜେଡି ସଭାପତି ସନ୍ତୋଷ ଷଡ଼ଙ୍ଗୀ, ପ୍ରଭଞ୍ଜନ ତ୍ରିପାଠୀ, ବ୍ଲକ କଂଗ୍ରେସ ସଭାପତି ବୃନ୍ଦାବନ ତ୍ରିପାଠୀ, ଜିଲ୍ଲା ର ବରିଷ୍ଠ ବିଜେପି ନେତା ଝାଡେଶ୍ୱର ଖଡଙ୍ଗା, ବରିଷ୍ଠ ପତ୍ରକାର ସତ୍ୟପ୍ରିୟ ଦାସ,ସମାଜସେବୀ ସରୋଜ ବେହେରା ଓ ଉଭୟ ନନ୍ଦାହାଣ୍ଡି ଓ ନବରଙ୍ଗପୁର ତହସିଲରୁ ଜମି ହରାଉଥିବା ଯାଉଥିବା ଵ୍ୟକ୍ତି ବିଶେଷ ମାନେ ଯୋଗ ଦେଇଥିଲେ।
ଉପସ୍ଥିତ ଥିବା ନେତୃବର୍ଗ ଓ ଜମି ହରାଉଥିବା ବ୍ୟକ୍ତି ବିଶେଷ ମାନେ ନିଜ ନିଜର ଦାବି ଗୁଡ଼ିକ ଉପସ୍ଥାପନ କରିଥିଲେ। ଦାବି ଗୁଡ଼ିକ ମଧ୍ୟରେ ଜମିର ଉଚିତ ମୂଲ୍ୟ ପ୍ରଦାନ , ଜମି ଦେଇ ଭୂମିହୀନ ହେଉଥିବା ଚାଷୀ ମାନଙ୍କୁ ଜମି ବଦଳରେ ଜମି ଦେବା, ନିଯୁକ୍ତି ସୁଯୋଗ, ଯାଉଥିବା ଜମି ଗୁଡ଼ିକର ପୁନଃ ଡେମାରକେସନ କରି ଚିହ୍ନଟ କରିବା ପାଇଁ ଆଲୋଚନା ହୋଇଥିଲା । ଜମି ହରାଉଥିବା ଲୋକଙ୍କୁ ସରକାରୀ ନିୟମ ଅନୁଯାୟୀ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଉକ୍ତ ଗ୍ରାମସଭାରେ ଉପ ଜିଲ୍ଲାପାଳ ଭାସ୍କର ରଇତ କହିଥିଲେ ।

Welcome to Odisha News24

error: Content is protected !!
%d bloggers like this: