ଜୁନ ୧୭ ଯାଏ ବଢିଲା ଲକଡାଉନ; ୩ ଜିଲ୍ଲାରେ କୋହଳ ହେଲା କଟକଣା

ରିପୋର୍ଟ: ଶୁଭାଶିଷ ନାୟକ //
ଭୁବନେଶ୍ୱର(୩୧/୦୫): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୁଣି ଲକଡାଉନ କଟକଣାକୁ ବଢାଇ ଦେଇଛନ୍ତି । ପୁଣି ୧୬ ଦିନ ଲକଡାଉନ ବଢ଼ାଇଛନ୍ତି । ଜୁନ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଏହି ସମୟରେ ସପ୍ତାହାନ୍ତ ଶଟ୍ଡାଉନ କଟକଣା ପୂର୍ବଭଳି ଜାରି ରହିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ଜୁନ ୧ ତାରିଖ ସକାଳେ ଶେଷ ହେବାକୁ ଥିଲା ଲକଡାଉନ। ଏହାକୁ ଜୁନ ୧୭ ତାରିଖ ସନ୍ଧ୍ୟା ଯାଏ ବୃଦ୍ଧି କରିଛନ୍ତିି । ସେଲୁନ୍‌, ମହଲ୍‌ ଓ ପାର୍ଲର ବନ୍ଦ ରହିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ସଂକ୍ରମଣ କମୁଥିବା ୩ଟି ଜିଲ୍ଲାରେଲକଡାଉନ କୋହଳ କଲେ ରାଜ୍ୟ ସରକାର । ସେହି ୩ ଜିଲ୍ଲା ହେଲା ନୂଆପଡ଼ା, ଗଜପତି ଓ ସୁନ୍ଦରଗଡ଼ । ଏହି ୩ ଜିଲ୍ଲାରେ ଲୋକମାନେ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦୋକାନ ଖୋଲା ରହିବ। ଯଦି ଲୋକମାନେ ନିୟମ ଠିକ୍‌ ଭାବେ ପାଳନ ନକରିବେ, ତାହାହେଲେ କଟକଣା ଆହୁ କଠୋର କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ସୂଚନାଯୋଗ୍ୟ, ଆଜି ରାଜ୍ୟରେ ୯୫୪୧ କରୋନା ଆକ୍ରାନ୍ତ ଚିହ୍ନିତ ହୋଇଛନ୍ତି । ମେ ୨୨ ତାରିଖକୁ ଆମ ରାଜ୍ୟ ପାଇଁ ପିକ ବୋଲି ଧରିବାକୁ ହେବ ବୋଲି ଆଜି ଏସିଏସ୍ ପ୍ରଦୀପ୍ତ ମହାପାତ୍ର କହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଲକଡାଉନ ଅବଧି ବଢାଇ ଦିଆଯାଇଛି ବୋଲି କୁହାଯାଉଛି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: