ଜୁଆ ଆଡ୍ଡା ଉପରେ ପୋଲିସ ର ଚଢ଼ାଉ, ୪ଗିରଫ

ରିପୋର୍ଟ: ଓଡିଶା ନ୍ୟୁଜ୨୪ ବ୍ୟୁରୋ //
ସୁବର୍ଣ୍ଣପୁର (୨୮/୦୫): ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଥାନା କିର୍ତିପୂର୍ ଗାଁରେ ଆଜି ସନ୍ଧ୍ୟାରେ ଜୁଆ ଖେଳ ସମୟରେ ସୋନପୁର ପୋଲିସର ଚଢ଼ଉ ୪ ଗିରଫ । ସେମାନେ ହେଲେ କିର୍ତିପୂର୍ ଗାଁ ପାଖ ଅଞ୍ଚଳର ଦୃବାଦଳ ମହାକୁର,ପ୍ରଦୁମ୍ନ ପଣ୍ଡା,ଶଙ୍କର୍ଷଣ ଅମଡ଼ା ଓ ପଙ୍କଜ ବାରିକ ବୋଲି ଜଣାପଡିଛି ।

ଏ ମାନଙ୍କ ଠାରୁ ପୋଲିସ ୮୩୬୦ ଟଙ୍କା ସହ ୭ ଟି ବାଇକ୍ ଜବତ କରିଛି । ଏହି ଗାଁର ଏକ ଘରେ ଏହି ଖେଳ ଚାଲି ଥିବା ବେଳେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଚଢ଼ଉ କରିଥିଲା । ଫଳରେ ଘଟଣାସ୍ଥଳରୁ କିଛି ଯୁଆଡି ଫେରାର ମାରିଥିବା ବେଳେ ୪ ଜଣ ଗିରଫ ହୋଇ ଥିବା ସୋନପୁର ଥାନା ପକ୍ଷରୁ ସୂଚନା ମିଳିଛି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: