ଜି.ସି.ଡ଼ି ଜିଲ୍ଲା ଉଚ୍ଚ ବିଦ୍ୟାଳୟରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା (୨୬/୦୧): ରାୟଗଡା ଜିଲ୍ଲାର ସଦର ମହକୁମା ରେ ଅବସ୍ଥିତ ସର୍ବପୁରାତନ ଜି ସି ଡ଼ି ଜିଲ୍ଲା ଉଚ୍ଚ ବିଦ୍ୟାଳୟ ରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଅଛି। କୋରନା ମହାମାରୀର ପ୍ରକୋପ ଯୋଗୁ ଛାତ୍ରଛାତ୍ରୀ ମାନଙ୍କ ଅନୁପସ୍ଥିତ ରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ତଥା ଶିକ୍ଷା କର୍ମଚାରୀଗଣ ଉପସ୍ଥିତ ଥିଲେ| ପ୍ରାତଃ ୭.୩୦ ମିନିଟ ସମୟ ରେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ହରିହର ମହାପାତ୍ର ପତାକା ଉତ୍ତଳନ କରିଥିଲେ ।

ଏହା ପରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ମିଳିତ ଭାବରେ ଜାତୀୟ ସଂଗୀତ ଗାନ କରିଥିଲେ | ବିଦ୍ୟାଳୟର କ୍ରୀଡା ଶିକ୍ଷକ ସୁନୀଲ କୁମାର ମହାନ୍ତିଙ୍କ ନେତୃତ୍ୱରେ ସ୍ଲୋଗାନ ପ୍ରଦାନ କରାଯାଇଥିଲା। ଉତ୍ସବରେ ମୁଖ୍ୟ ଅତିଥି ତଥା ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ହରିହର ମହାପାତ୍ର ତାଙ୍କ ଅଭିଭାଷଣ ମାଧ୍ୟମରେ ଉକ୍ତ ଦିବସର ମାହାତ୍ମ୍ୟ ଓ ଆଗାମୀ ଦିନରେ ଆମ ଦେଶର ଅର୍ଥନୈତିକ ପ୍ରଗତି ହାସଲ ପାଇଁ ଆମ୍ଭମାନଙ୍କର କର୍ତ୍ତବ୍ୟବୋଧ ବିଷୟରେ ମନ୍ତବ୍ୟ ପ୍ରଦାନ କରିଥିଲେ ଏବଂ NCC, AIR WING ର ଚିଫ ଅଫିସର ତଥା ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଶଶୀଭୁଷଣ ପଟ୍ଟନାୟକ , NCC ARMYର ବାଳକ ଓ ବାଳିକା ବିଭାଗ ର ଅଫିସର ଯଥାକ୍ରମେ ଅଶୋକ କୁମାର ଦାସ ଓ ପ୍ରମିଳା ମହାପାତ୍ରଙ୍କ ଠାରୁ ଅଭିବାଦନ ଗ୍ରହଣ କରିଥିଲେ। ବିଦ୍ୟାଳୟରେ ଅନ୍ୟ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ତଥା ଶିକ୍ଷା କର୍ମଚାରୀଗଣ ଉକ୍ତ ଉତ୍ସବ ରେ ଯୋଗଦାନ କରି ଉତ୍ସବକୁ ସାଫଲ୍ୟମଣ୍ଡିତ କରିଥିଲେ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: