ଜି.ଉଦୟଗିରିରେ ଖୋଲିଲା ମଣ୍ଡି

ରିପୋର୍ଟ: ଜଗଦୀଶ ଦାସ //
ଜି.ଉଦୟଗିରି (୦୯/୦୧): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଲ୍ୟାମ୍ପ ସମବାୟ ସମିତିରେ ମଣ୍ଡି ଖୋଲିଥିବା ଜଣାପଡିଛି।

ମୂଖ୍ୟ ଅତିଥି ଭାବେ ଫୁଲବାଣୀ ସମବାୟ ସମିତି ସମୁହର ସହକାରୀ ନିବନ୍ଧକ ଜ୍ୟୋତିର୍ମୟୀ ପ୍ରଧାନ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ମଣ୍ଡିର ଶୁଭାରମ୍ଭ କରିଥିବା ବେଳେ ଜି.ଉଦୟଗିରି ଲ୍ୟାମ୍ପର ପରିଚାଳନା ନିର୍ଦ୍ଦେଶକ ଶିଶିର କାନ୍ତ ତ୍ରିପାଠୀଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ମଣ୍ଡି ପରିଚାଳନାରେ ସହଯୋଗ କରିଥିଲେ।ମୋଟ ୧୦ ଜଣ ଚାଷୀ ଟୋକେନ ପାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଛଅ ଜଣ ଚାଷୀ ଧାନ ଆଣିଥିଲେ।ମଣ୍ଡି ଆରମ୍ଭ ଦିନରେ ମିଲର ଶଙ୍କର ପ୍ରଧାନ(ମା’ ବରାଳଦେବୀ ରାଇସ ମିଲ୍ ,ପିକରଡି) ଯୋଗଦେଇ ଛଅ ଜଣ ଚାଷୀଙ୍କ ଠାରୁ ମୋଟ ୩୫୯ ବସ୍ତା ଅର୍ଥାତ ୨୧୦.୧୪ କ୍ବୁଣ୍ଟାଲ ଧାନ ସଂଗ୍ରହ କରିଥିବା ନେଇ ଲ୍ୟାମ୍ପର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ତ୍ରୀପାଠି ସୂଚନା ଦେଇଛନ୍ତି।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: