ଜି.ଉଦୟଗିରିରେ କଂଗ୍ରେସର ୬ଘଣ୍ଟିଆ ବନ୍ଦ ଡାକରା ସଫଳ

ରିପୋର୍ଟ: ଜଗଦୀଶ ଦାସ //
ଜି.ଉଦୟଗିରି (୧୫/୦୨): ତୈଳ ଦର ହ୍ରାସ ଓ କୃଷି ବିଲ ପ୍ରତ୍ୟାହାର ଦାବିରେ ରାଜ୍ୟ କଂଗ୍ରେସର ୬ ଘଣ୍ଟିଆ ବନ୍ଦ ଡାକରାର ପ୍ରଭାବ ଜି.ଉଦୟଗିରି ସମେତ ସମଗ୍ର କନ୍ଧମାଳ ଜିଲ୍ଲା ରେ ଦେଖିବାକୁ ମିଳିଛି I

କଂଗ୍ରେସ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ଜି.ଉଦୟଗିରି ନଗର କଂଗ୍ରେସ ସଭାପତି ଏନ.ରାଜା ରାଓଙ୍କ ନେତୃତ୍ୱରେ ବ୍ଳକ କଂଗ୍ରେସ ସଭାପତି ସଦାନନ୍ଦ ନାୟକ,ଜାକେଶ ପ୍ରଧାନ,ସୂର୍ଯ୍ୟକାନ୍ତ ନାୟକ,ଗଗନ ପ୍ରଧାନ,ପ୍ରମୁଖ ବହୁ କର୍ମୀମାନେ ସହରରେ ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ସୋନିଆ ଗାନ୍ଧୀ ଜିନ୍ଦାବାଦ,ନବୀନ ପଟ୍ଟନାୟକ ମୁର୍ଦ୍ଦାବାଦ,ଧର୍ମେନ୍ଦ୍ର ପ୍ରଧାନ ମୂର୍ଦ୍ଦାବାଦ ଆଦି ନାରା ଦେଇଥିଲେ।ଏଥି ସହିତ କେନ୍ଦ୍ର ସରକାର ହୁ ହୁ ହୋଇ ବଢାଇଥିବା ତୈଳ ଦରକୁ ବିରୋଧ କରି ନାରାବାଜି ମଧ୍ୟ କରିଥିଲେ | ଆଜି ସକାଳୁ ସହରର ଦୋକାନ ବଜାର ବନ୍ଦ ସହ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା lବନ୍ଦକୁ ଦୃଷ୍ଟିରେ ରଖି ବିଭିନ ସ୍ଥାନରେ ବ୍ୟାପକ ପୋଲିସ ମୃତୟନ କରାଯାଇଥିଲା lଦେଖିବାକୁ ଗଲେ ଶାନ୍ତି ପୂର୍ଣ୍ଣ ଭାବେ ବନ୍ଦ ପାଳନ ସଫଳ ହୋଇଥିବା ଜଣାପଡିଛି l

Welcome to Odisha News24

error: Content is protected !!
%d bloggers like this: