ସାଧାରଣ ଜନତାଙ୍କ ସ୍ୱର

ଜିଲ୍ଲା ସ୍ତରୀୟ ବୃହତ, ମଧ୍ୟମ ଓ ଲଘୁ ଶିଳ୍ପ କର୍ମଶାଳା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡ଼ା (୦୪/୦୨): ବୁଧବାର ଜିଲ୍ଲା ଦକ୍ଷତା ବିକାଶ କମିଟି ତଥା ଜିଲ୍ଲା ପ୍ରଶାସନ ତରଫରୁ ବୃହତ, ମଧ୍ୟମ ଓ ଲଘୁ କର୍ମଶାଳା ଜୈନ ପ୍ରେକ୍ଷାଳୟ, ଜେ.କେ. ପେପର ମିଲ ଠାରେ ଆୟୋଜିତ ହୋଇଯାଇଛି । ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବ୍ରତ ବାଗଚୀ ଯୋଗଦେଇ ଦ୍ୱୀପ ପ୍ରଜ୍ଵଳନ କରି ଉଦ୍ଘାଟନ କରିଥିଲେ ।

ଶ୍ରୀ ବାଗଚୀ ଉଦ୍ଘାଟନ ଅବସରରେ ଜିଲ୍ଲାରେ କିପରି ଅଧିକରୁ ଅଧିକ ବେକାରୀ ଯୁବକ, ଯୁବତୀ ମାନଙ୍କୁ ତାଲିମ ମାଧ୍ୟମରେ ନିଯୁକ୍ତିର ସୁଯୋଗ ସୃଷ୍ଟି କରିହେବ ତାପ୍ରତି ଗୁରୁତ୍ୱ ଦେଇଥିଲେ । ଏହା ବ୍ୟତୀତ ଅଧିକରୁ ଅଧିକ ଆପରେଣ୍ଟିଷି ର ସୁଯୋଗ ଶିଳ୍ପ ସଂସ୍ଥା ମାଧ୍ୟମରେ ଦିଆଯିବା ସଂଗେ ସଂଗେ ଯୁବତୀ ମାନଙ୍କୁ ଶିଳ୍ପୀ କ୍ଷେତ୍ରରେ ଅଗ୍ରାଧିକାର ଦେବାପାଇଁ ଉଛହିତା କରିଥିଲେ। ଏହି କାର୍ମଶାଳାରେ ଜିଲ୍ଳାପାଳ, ଶ୍ରୀଯୁକ୍ତ ସରୋଜ କୁମାର ମିଶ୍ର, ପୋଲିସ ଅଧିକ୍ଷକ ଶ୍ରୀଯୁକ୍ତ ବିବେକାନନ୍ଦ ଶର୍ମା, ବୈଶିକ ଶିକ୍ଷା ଓ ତାଲିମର ନିର୍ଦେଶକ ଶ୍ରୀଯୁକ୍ତ ରେଘୁ ଜି।, ଏମ.ଏସ.ଏମ.ଇ ର ଅତିରିକ୍ତ ସଚିବ ଶ୍ରୀଯୁକ୍ତ ଉଦୟ ନାରାୟଣ ଦାସ, ଜିଲ୍ଲା ଶିଳ୍ପ ସଂସ୍ଥା ମାନଙ୍କର ପ୍ରତିନିଧି ଓ ଜିଲ୍ଲା ଦକ୍ଷତା ବିକାଶ କମିଟିର ସଦସ୍ୟ ବୃନ୍ଦ ଯୋଗ ଦେଇଥିଲେ। ଏହି କାର୍ମଶାଳାକୁ ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀଯୁକ୍ତ ରାଜେନ୍ଦ୍ର ପ୍ରକାଶ ଟେଟେ ପରିଚାଳନା କରିଥିଲେ। ପାଖାପାଖି୮୮ ପାଖାପାଖି ୮୦ ରୁ ଉର୍ଦ୍ଧ୍ଵ ଅଂଶଗ୍ରହଣକାରୀ ଯୋଗଦେଇଥିଲେ ।

Welcome to Odisha News24

%d bloggers like this: