ଜିଲ୍ଲା ବିଜୁ ଯୁବ ଜନତା ଦଳ ପକ୍ଷରୁ ଭିରଚୁଆଲ ମିଟିଙ୍ଗ ଅନୁଷ୍ଠିତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡ (ତା.୨୨-୦୫): ଆଜି ରାୟଗଡ଼ା ଜିଲ୍ଲା ବିଜୁ ଯୁବ ଜନତା ଦଳ ପକ୍ଷରୁ zoom app ମାଧ୍ୟମରେ ରାୟଗଡ଼ା ଜିଲ୍ଲା ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତା ମାନଙ୍କୁ ନେଇ ଏକ Virtual ମିଟିଙ୍ଗ ଅନୁଷ୍ଠିତ ହୋଇଥିଲା ।

ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ଦେବାଶିଷ୍ ଖଡଙ୍ଗାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି zoom aap ର virtual ବୈଠକରେ ରାୟଗଡ଼ା ବିଜୁ ଯୁବ ଜନତା ଦଳର ପର୍ଯ୍ୟବେକ୍ଷକ ଦେବୀ ପ୍ରସାଦ ଦାଶ ଯୋଗ ଦେଇ ବର୍ତ୍ତମାନ ପରିସ୍ଥିତିରେ ମହାମାରୀ କରୋନା ବ୍ୟାଧିର ମୁକାବିଲା କରାଯିବା ସାଙ୍ଗକୁ କୋଭିଡ଼ ମହାମାରୀ ସମୟରେ ରକ୍ତ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କୁ ରକ୍ତଦାନ କରେଇବା, କୋଭିଡ଼ ଆକ୍ରାନ୍ତଙ୍କ ସୁବିଧା କରେଇବା, ଅସହାୟ ଲୋକଙ୍କୁ ଖାଦ୍ୟ ଯୋଗେଇବା ସହ ଗ୍ରାମାଞ୍ଚଳରେ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ସେମାନଙ୍କ ସୁବିଧା, ଅସୁବିଧା ସମ୍ପର୍କରେ ଦଳୀୟ ସ୍ବେଚ୍ଛାସେବୀ ଙ୍କ ଦ୍ଵାରା ସୁବିଧା ଯୋଗାଇବା ନେଇ ଚେଷ୍ଟା କରିବା ଭଳି ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା ଏହି ବୈଠକରେ ବିଜୁ ଜନତା ଦଳର ଜିଲ୍ଲା ସ୍ତରୀୟ,ବ୍ଲକ ସ୍ତରୀୟ ଏବଂ ପଞ୍ଚାୟତ ସ୍ତରୀୟ କର୍ମକର୍ତ୍ତା ମାନେ ଅଂଶଗ୍ରହଣ କରି ନିଜର ମତାମତ ରଖିଥିଲେ ।

Welcome to Odisha News24

error: Content is protected !!
%d bloggers like this: