ଜିଲ୍ଲା ପ୍ରଶାସନର ଖାମ ଖିଆଲ ମନୋଭାବ, ଅନଲାଇନରେ ନାମକୁ ମାତ୍ର ପାଳିତ ହେଲା ବିଶ୍ୱ ଏଡ୍ସଡିବସ

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର,ତା୦୧-୧୨): ପ୍ରତିବର୍ଷ ଡିସେମ୍ବର ମାସ ୧ ତାରିଖ କୁ ବିଶ୍ୱ ଏଡ୍ସ ଦିବସ ରୂପେ ପାଳନ କରାଯାଇଥାଏ । ଏ ଦିବସ ଅବସରରେ ପ୍ରତ୍ୟେକ ଆଇସିଟିସି ଅଧିକାରୀ ଙ୍କ ପରିଚାଳନା କ୍ରମେ ବିଭିନ୍ନ ସଚେତନ ମୂଳକ କାର୍ଯ୍ୟକ୍ରମ ସହ ଆକ୍ରାନ୍ତ ଓ ଅନ୍ୟ କର୍ମଚାରୀ ତଥା ସ୍ବେଚ୍ଛାସେବୀଙ୍କୁ ନେଇ ସଭା ଅନୁଷ୍ଠିତ କରାଯିବା ସରକାରୀ ନିୟମ ରହିଥିବା ସତ୍ୱେ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡରେ ଏହାର ଖିଲାପ କରାଯିବା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ସୂଚନା ଅନୁଯାୟୀ ଓଡ଼ିଶାର ଗଞ୍ଜାମ ଜିଲ୍ଲା କୁ ଟପି ଏହି କେ ବି କେ ଅଞ୍ଚଳ ର ଦାଦନ ପ୍ରବଣ ବଲାଙ୍ଗୀର ଜିଲ୍ଲା ର ଟିଟିଲାଗଡ ସବ ଡିଭିଜନ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ପ୍ରଶାସନିକ ଦାଇତ୍ୱ ରତ ଅଧିକାରୀ ଙ୍କ ଏପରି ଖାମ ଖିଆଲ ମନୋଭାବ ନେଇ ଜିଲ୍ଲା ଜନସେବା ସଙ୍ଘ ତୀବ୍ର ବିରୋଧ କରିବା ସହ ଲିଖିତ ଅଭିଯୋଗ କରିଛନ୍ତି। ସେହିପରି ଏଠି ଜଣେ ଦାଇତ୍ୱ ରତ ଆଇ ସି ଟି ସି ପରାମର୍ଶ ଦାତା ନିଯୁକ୍ତି ଥାଇ ସୁଦ୍ଧା ଅନୁପସ୍ଥିତ ରହିବା ଏବଂ ଏଚ ଆଇ ବି ପରୀକ୍ଷା କରୁଥିବା ଏଲ ଟି ବା ରକ୍ତ ପରିକ୍ଷକ ଦାଇତ୍ଵ ରେ ଥିବା ସଂଜୀବ ରଣା ଦୀର୍ଘଦିନ ଧରି ମୃତ୍ୟୁ ବରଣ କରିବା ପରେ ଉକ୍ତ ପଦବୀ ଖାଲି ରହିଛି ।ସେହିପରି ଜିଲ୍ଲାର ସାଇ- ଟି ଆଇ ପ୍ରକଳ୍ପ ଓ ଅନେକ ଏନ ଜି ଓ ସଂସ୍ଥା ନାମକୁ ମାତ୍ର ବଲାଙ୍ଗୀର ଜିଲ୍ଲାରେ କେବଳ କାଗଜ,କଲମ ରେ କାର୍ଯ୍ୟ କରି କୋଟି,କୋଟି ଟଙ୍କାର ହେରଫେର କରୁଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଛି । ଏପରି କି ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ନ୍ୟାୟାଧୀଶ ଶ୍ୟାମସୁନ୍ଦର ଦାଶଙ୍କ ନିର୍ଦ୍ଦେଶରେ ପ୍ରାଧିକରଣର ସଚିବ ଦେବାଶିଷ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏଡିଆର୍‌ ବିଲ୍‌ଡିଂର ସଭାଗୃହ ଠାରେ ବିଶ୍ୱ ଏଡ୍‌ସ୍‌ ଦିବସ ଉପଲକ୍ଷେ ଅନ୍‌ ଲାଇନ୍‌ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ହେଲେ ନାମକୁ ମାତ୍ର ଏହି ସଚେତନ କାର୍ଯ୍ୟକ୍ରମ ମାତ୍ର ନାମକୁ ମାତ୍ର କିଛି ଅଧିକାରୀ ରହି ସାରିଦେଇଛନ୍ତି। ଏହା ସହିତ ସମାଜରେ ଥିବା ପୀଡ଼ିତ ପୀଡ଼ିତାମାନଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ଏବଂ ରୋଗ ନିରାକରଣର ବାର୍ତ୍ତା ପ୍ରଦାନ କେବଳ ଲୋକ ଦେଖାଣିଆ କରିଦେଇଥିବା ଏ ଆର ଟି କେନ୍ଦ୍ର କର୍ମଚାରୀ ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏପଟେ ଅନେକ ଆକ୍ରାନ୍ତ ଔଷଧ ସେବନ କରିବାକୁ ନ ପାଇ ଅକାଳ ମୃତ୍ୟୁ ର ଶିକାର ହେଉଥିବା ଅନେକ ଆକ୍ରାନ୍ତ ନିଜେ ଏଚ ଆଇ ବି ଆକ୍ରାନ୍ତ ହୋଇ ବୁଲୁଥିବା ବେଳେ କୌଣସି ପ୍ରକାର ସଚେତନ ମୁଳକ ପଦକ୍ଷେପ ନ ଗ୍ରହଣ କରିବା ନେଇ ବିଭାଗୀୟ ମୁଖ୍ୟ ଶାସନ ସଚିବ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: