ସାଧାରଣ ଜନତାଙ୍କ ସ୍ୱର

ଜିଲ୍ଲା କ୍ରୀଡ଼ା ସଂଘ ପକ୍ଷରୁ କ୍ରିକେଟ ଖେଳାଳିଙ୍କୁ ସମର୍ଦ୍ଧନା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର (୧୮/୦୧): ଜିଲ୍ଲା କ୍ରିକେଟ୍ ସଂଘର ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀଙ୍କ ସଭାପତିତ୍ୱ ରେ ସ୍ଥାନୀୟ ମନିଷା ହୋଟେଲ୍ ସଭା ଗୃହରେ ଏକ ସମର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ଥାନୀୟ ବିଧାୟକ ସଦାଶିବ ପ୍ରଧାନୀ ନବରଙ୍ଗପୁର ଜିଲ୍ଲା ତରଫରୁ ଓଡ଼ିଶା ଦଳରେ ସ୍ଥାନ ପାଇ ଜିଲ୍ଲାକୁ ଗୌରବ ଆଣିଥିବା କ୍ରିକେଟ ଖେଳାଳି ଅଂଶୁମାନ ତ୍ରିପାଠୀ, ପୂର୍ଣ୍ଣ ମାଝୀ,ଦିନେସ ଶ୍ରୀବାସ୍ତଵ ଏବଂ ସୁକେଶ ହୀରା ପ୍ରମୁଖଙ୍କୁ ସମର୍ଦ୍ଧନା କରିଥିଲେ ।52531a83 166b 4290 9926 0856d7ce310b

ଜିଲ୍ଲାର ପୂର୍ବତନ ଖେଳାଳୀ ରାମମୂର୍ତ୍ତି ପଟନାୟକ, ଲାଲୁ ମିଶ୍ର, ଦେବାଶିଷ ପଟନାୟକ, ସୁବେନ୍ଦୁ ବେହେରା, ରମେଶ ସାମନ୍ତରାୟ, ହରେକୃଷ୍ଣ ପଣ୍ଡା, ଏମ.ଡି. ସବିର, ଶଶାଙ୍କ ଶେଖର ବେହେରା ପ୍ରମୁଖ ମଞ୍ଚାସିନ ଥିଲେ। ନିଜ ବକ୍ତବ୍ୟରେ ଶ୍ରୀ ତ୍ରିପାଠୀ ପ୍ରଛଦପଟରେ ରହି ଯେଉଁ ପୁରାତନ ଖେଳାଳୀମାନେ ପ୍ରତିଭାବାନ ଖେଳାଳିଙ୍କୁ ଖୋଜି ବାହାର କରିଥିବାରୁ ଭୁୟଂସୀ ପ୍ରଶଂସା କରିଥିଲେ। ଆଗାମୀ ଦିନରେ ଜିଲ୍ଲାରେ ଯୁବ କ୍ରିକେଟ୍ ଖେଳାଳି ମାନେ ଯେପରି ନିଜର ଖେଳକୁ ଉଚ୍ଚ କୋଟୀର ପଦର୍ଶନ କରିପାରିବେ ସେ ସେମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ କରିବା ସହ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରାଯିବ ବୋଲି ସମ୍ପାଦକ ଶ୍ରୀ ତ୍ରିପାଠୀ କହିଥିଲେ । ସଭା ଶେଷରେ କ୍ରିକେଟ ସଙ୍ଘର ମିଡିଆ ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାର ଅନେକ ପୂର୍ବତନ ଖେଳାଳି ତଥା ସହରରେ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Welcome to Odisha News24

%d bloggers like this: