ସାଧାରଣ ଜନତାଙ୍କ ସ୍ୱର

ଜିଲ୍ଲା କୋର୍ଟ ଓକିଲ ସଂଘର ଶପଥ ପାଠ ଉତ୍ସବ ଅନୁଷ୍ଠିତ

ରିପୋର୍ଟ: ଏ.କେ.ବିଶ୍ୱାସ //
ମାଲକାନଗିରି (୧୧/୦୪): ମାଲକାନଗିରି ଜିଲ୍ଲା କୋର୍ଟ ଓକିଲ ସଂଘର ଶପଥ ପାଠ ଉତ୍ସବ ରବିବାର ପୂର୍ବାହ୍ନ ୧୦ ଘଣ୍ଟିକାରେ ଓକିଲ ସଂଘ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି।ଓକିଲ ସଂଘର ସମସ୍ତ ସଦସ୍ୟଙ୍କ ଶପଥ ପାଠ ନିର୍ବାଚନ ଅଧିକାରୀ ବିଜୟ କୁମାର ମହାନ୍ତିଙ୍କ ଦ୍ଵାରା ସମ୍ପାଦିତ ହୋଇଥିଲା।

ଚଳିତ ବର୍ଷର ଓକିଲ ସଂଘର ନିର୍ବାଚନରେ ନିର୍ବାଚିତ ହୋଇଥିବା ସଭାପତି ପ୍ରଭାକର ପ୍ରଧାନ , ଉପ ସଭାପତି ମାନସ ସ୍ବାଇଁ , ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି , ସହ ସମ୍ପାଦକ ହିରୋଜ ପାଣିଗ୍ରାହୀ ଏବଂ କୋଷାଧ୍ୟକ୍ଷ ଭାବେ ଭବୋତୋଷ ବିଶ୍ବାସ ଶପଥ ଗ୍ରହଣ କରିଥିଲେ।ଏହି ଶପଥ ପାଠ ଉତ୍ସବରେ ୭୦ରୁ ଉର୍ଦ୍ଧ୍ବ ଆଇନଜୀବୀ ଉପସ୍ଥିତ ଥିଲେ।ଆଗାମୀ ଦିନରେ କୋର୍ଟ ଏବଂ ଓକିଲ ସଂଘର କିପରି ଉତ୍ତରତ୍ତୋର ଉନ୍ନତି କରାଯିବ ସେନେଇ ନିଜର ବକ୍ତବ୍ୟ ମାଧ୍ୟମରେ ନିର୍ବାଚିତ ପ୍ରତିନିଧି ମାନେ ଉପସ୍ଥାପନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ଶ୍ୟାମଘନ ମହାନ୍ତି , ଅଶୋକ ପଟନାୟକ , ଦୀନବନ୍ଧୁ ଦାଶ , ନୃସିଂହ ଚରଣ ମହାନ୍ତି , ଦିଲ୍ଲୀପ ପରିଚ୍ଛା , ରାମ ପ୍ରସାଦ ପଟ୍ଟନାୟକ , ବିଷ୍ଣୁ ପ୍ରସାଦ ନାଲା , ରାଜେଶ ପଟ୍ଟନାୟକ , ବିଭୁଆଶିଷ ଶଗରିଆ ପ୍ରମୁଖ ଉପସ୍ଥିତ ଥିଲେ।

Welcome to Odisha News24

%d bloggers like this: