ଜିଲ୍ଲା ଓୟୁଜେ ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା,ନବରଙ୍ଗପୁର

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର (୧୬/୧୨): ନବରଙ୍ଗପୁର ଜିଲ୍ଲା ଓ ୟୁ ଜେ ସାମ୍ବାଦିକ ସଂଘର ବାର୍ଷିକ ସାଧାରଣ ପରିଷଦ ବୈଠକ ସ୍ଥାନୀୟ ମଇଦଲପୁର୍ ନିକଟସ୍ଥ ଖଡ଼କା ଘାଟି ରେ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଜିଲ୍ଲା ସଂଘର କର୍ମକର୍ତ୍ତା ମାନଙ୍କ କାର୍ଯ୍ୟକାଳ ଶେଷ ହୋଇଥିବାରୁ ସଂଘର ନୂତନ କର୍ମକର୍ତ୍ତା ମନୋନୟନ ହୋଇଥିଲା ।

ଏହି ନିର୍ବାଚନ ପ୍ରକ୍ରିୟା କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ଇଙ୍ଗିତ ପଣ୍ଡା, ଆଁଶୁମାନ ପାତ୍ର ଓ ବିରଞ୍ଚି ଜାଲ ପ୍ରମୁଖ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇ ନୂତନ କର୍ମକର୍ତ୍ତା ମାନଙ୍କ ମନୋନୟନ କରିଥିଲେ । ଜିଲ୍ଲା ଓ ୟୁ ଜେ ସଂଘର ସଭାପତି ରୂପେ ପୁନର୍ବାର ସୁଶାନ୍ତ କୁମାର ବେହେରା ଚୟନ ହୋଇଥିବା ବେଳେ ଉପ ସଭାପତି କିଶୋର ପଟ୍ଟନାୟକ, ଏମ୍ ଡି ହୁସାନ୍ , ସୁମିତ ଘଣ୍ଟ , ଭବାନୀ ନାୟକ , କାର୍ତ୍ତିକ ମଲ୍ଲିକ , ଫାଲଗୁନ ପାତ୍ର , ସାଧାରଣ ସମ୍ପାଦକ ବାରିଜ ପଟ୍ଟନାୟକ , ଯୁଗ୍ମ ସମ୍ପାଦକ ଲକ୍ଷ୍ମୀ କାନ୍ତ ପଣ୍ଡା , ସଞ୍ଜୟ ପାଢ଼ୀ , ସ୍ଵାଧୀନ ପଣ୍ଡା , ଅମିୟ ମହାପାତ୍ର , ଗିରିଧର ମାଝୀ , କୃଷ୍ଣ ପ୍ରସାଦ ପଟ୍ଟନାୟକ କାର୍ଯ୍ୟକାରୀ ସଭାପତି ନାଳନି ରଞ୍ଜନ ମିଶ୍ର , ସଙ୍ଗଠନ ସମ୍ପାଦକ ଏ .ସତିଶ , ସାମ୍ବାଦିକ କଲ୍ୟାଣ ପାଣ୍ଠି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ସାହୁ , ଟ୍ରିବୁନାଲ୍ ଅଧ୍ୟକ୍ଷ ସଞ୍ଜୟ କୁମାର ନାୟକ , ସଂଯୋଜକ ସଞ୍ଜୀବ ଜାନି , ସହ ସଂଯୋଜକ ଗୋପାଳ କୃଷ୍ଣ ନାୟକ , କୋଷାଧ୍ୟକ୍ଷ ନବଘନ ବିଷୋୟୀ ଆଇନ ପରାମର୍ଶ ଦାତା , ଜାତୀୟ କାର୍ଯ୍ୟକାରିଣୀ ରେ ଦିଲୀପ ଦାସ ,ପି .ପ୍ରକାଶ ରାଓ , ରାଜ୍ୟ କାର୍ଯ୍ୟକାରିଣୀ ରେ ରବି ନାରାୟଣ ପଟ୍ଟନାୟକ , ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଗୌରାଙ୍ଗ ପାତ୍ର , ପ୍ରଶାନ୍ତ ପାଣିଗ୍ରାହୀ , ସନ୍ତୋଷ ଶତପଥୀ , ସ୍ୱପନ ଜିତ୍ ପଟ୍ଟନାୟକ , ଲକ୍ଷ୍ମୀ କାନ୍ତ ପାଣ୍ଡେ , ବାସୁଦେବ ସୁନା , ପ୍ରସାଦ ବିଷୋୟୀ , ଖଗେଶ୍ବର ମହାକୁଡ , ରବି ମହାନ୍ତି , ସୁଶାନ୍ତ ଶତପଥୀ ମିଡ଼ିଆ କୋଡ଼ି ନେଟର ସି .ଏଚ୍ ଈଶ୍ୱର ରାଓ , ଉପଦେଷ୍ଟା ଭାବେ ଜଗନ୍ନାଥ ମହାପାତ୍ର , ଆନନ୍ଦ ଗର୍ଗ ଓ ନିରଞ୍ଜନ ସ୍ବାଇଁ ଙ୍କୁ ମନୋନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୧୦ ଟି ବ୍ଲକ ରୁ ଶତାଧିକ ସାମ୍ବାଦିକ ଯୋଗ ଦେଇଥିଲେ ।

Welcome to Odisha News24

error: Content is protected !!
%d bloggers like this: