ଜିଲ୍ଲା ଅଦାଲତ ପରିସରରେ ଭିଡିଓ କନଫରେନ୍ସ ପ୍ରକୋଷ୍ଠ ତଥା ସମସ୍ତ ନିମ୍ନ ଅଦାଲତରେ ଇ-ସେବା କେନ୍ଦ୍ର ଉଦଘାଟିତ

ରିପୋର୍ଟ: ରବିଶଙ୍କର ମହାପାତ୍ର //
କୋରାପୁଟ,ତା.୫/୪): ଓଡିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ମୂଖ୍ୟ ବିଚାରପତି ଏବଂ ଅନ୍ୟାନ୍ୟ ସମସ୍ତ ମାନ୍ୟବର ବିଚାରପତି ମାନଙ୍କ ଦ୍ବାରା ଭିଡିଓ କନଫରେନ୍ସ ମାଧ୍ୟମରେ ଆଜି ଜୟପୁର ସ୍ଥିତ କୋରାପୁଟ ଜିଲ୍ଲା ଅଦାଲତ ପରିସରରେ ଭିଡିଓ କନଫରେନ୍ସ ପ୍ରକୋଷ୍ଠ ଉଦଘାଟିତ ହୋଇଯାଇଛି ।ଏଥି ସହ କୋରାପୁଟ ଜିଲ୍ଲା ଅଧୀନସ୍ଥ ସମସ୍ତ ନିମ୍ନ ଅଦାଲତ ଯଥା ସିଭିଲ କୋର୍ଟ କୋରାପୁଟ, ବୋରିଗୁମ୍ମା, ଲକ୍ଷ୍ମୀପୁର, କୋଟପାଡ଼, ଦଶମନ୍ତପୁର, ସେମିଳିଗୁଡ଼ା ତଥା ଗ୍ରାମ୍ୟ ନ୍ୟାୟାଳୟ, ସେମିଳିଗୁଡ଼ା ଠାରେ ଇ-ସେବା କେନ୍ଦ୍ର ଉଦଘାଟିତ ହୋଇଯାଇଛି ।

ଏହି ଭିଡିଓ କନଫକେନ୍ସିଂ ପ୍ରକୋଷ୍ଠ ମାଧ୍ୟମରେ ଭିଡିଓ କନଫରେନ୍ସ ଜରିଆରେ ନ୍ୟାୟାଳୟରେ ଉପସ୍ଥିତ ରହିବା ସମ୍ଭବ ହୋଇ ପାରିବ ।ଏତଦ୍ ବ୍ୟତୀତ ଇ-ସେବା କେନ୍ଦ୍ର ଗୁଡିକରେ ବିଭିନ୍ନ ଦେଓ୍ବାନୀ ଓ ଫୌଜଦାରୀ ଅଦାଲତ ଗୁଡିକରେ ପଞ୍ଜୀକୃତ ବିଭିନ୍ନ ମକଦ୍ଦମା ଗୁଡିକର ସ୍ଥିତି, ପରବର୍ତ୍ତୀ ଶୁଣାଣି ତାରିଖ ଓ ଅନ୍ୟାନ୍ୟ ତଥ୍ୟ ଗୁଡିକର ଅନୁସନ୍ଧାନ କରାଯାଇପାରିବ ।ଏଥିସହ ଅନ୍ ଲାଇନ୍ ପ୍ରମାଣପତ୍ର ଗୁଡିକର ନକଲ, ଦରଖାସ୍ତ ଗୁଡିକର ଇ-ଫାଇଲିଂ ରେ ସୁବିଧା ତଥା ଇ-ପେମେଣ୍ଟ୍, ଇ-କୋର୍ଟ୍, ମୋବାଇଲ ଆପ୍,ଭର୍ଚ୍ଚୁଆଲ କୋର୍ଟ୍ ତଥା ଅନ୍ୟାନ୍ୟ ମାଗଣା ଆଇନ୍ ସେବା ପ୍ରାପ୍ତିରେ ସହାୟକ ହୋଇ ପାରିବ ।ଜେଲରେ ଥିବା ବନ୍ଦୀଙ୍କ ସମ୍ପର୍କୀୟ ମାନଙ୍କ ସହ ଇ-ମୁଲାକାତ୍ ସାକ୍ଷାତ ବ୍ୟବସ୍ଥା ମଧ୍ୟ ଉପଲବ୍ଧ ହେବ ।ନ୍ୟାୟାଳୟ ରାୟ ଓ ଆଦେଶ ଭଳି ଇ-କୋର୍ଟ ସମ୍ପର୍କିତ ବିଭିନ୍ନ ଡିଜିଟାଲ ସେବା ଇ-ମେଲ୍ ଓ ହ୍ବାଟ୍ସ୍ ଅାପ୍ ଭଳି ଡିଜିଟାଲ ମାଧ୍ୟମଗୁଡିକରେ ଉପଲବ୍ଧ ହୋଇ ପାରିବ ।
ଏହି ଉଦଘାଟନୀ ସମାରୋହରେ କୋରାପୁଟ ଜିଲ୍ଲା ମାନ୍ୟବର ଜିଲ୍ଲା ଦୌରାଜଜ୍ ଶ୍ରୀ ବିମଳ କୁମାର ଚାନ୍ଦ,ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଶ୍ରୀ ରାଜେଶ କୁମାର ନାୟାର, ପରିବାର ଅଦାଲତର ମାନ୍ୟବର ବିଚାରପତି ଶ୍ରୀ ଦିଗମ୍ବର ପୃଷ୍ଟି,ସି.ଜେ.ଏମ୍.ଶ୍ରୀମତି ପ୍ରଣତି ପଟ୍ଟନାୟକ, ରେଜିଷ୍ଟ୍ରାର ଶ୍ରୀ ଶରତ କୁମାର ଜେନା, ମାନ୍ୟବର ସିନିୟର ସିଭିଲ ଜଜ୍ ଶ୍ରୀ ମୁସାରତ ଜହିନ୍, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ମାନ୍ୟବର ସଚିବ ଶ୍ରୀ ଶୁଭଗୌତମ ମିଶ୍ର,ଏସ୍.ଡି.ଜେ.ଏମ୍.ଶ୍ରୀ ଜନ୍ମେଜୟ ପଲେଇ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାନ୍ୟବର ବିଚାରପତି ଶ୍ରୀ ଭାନୁପ୍ରତାପ ମିଶ୍ର, ଶ୍ରୀମତି ସୁନୀଳା ମିଶ୍ର, ଶ୍ରୀମତି ପଲ୍ଲବୀ ପ୍ରିୟଦର୍ଶିନୀ ଦାସ, ଜୟପୁର ଜିଲ୍ଲା ବାର ଆସୋସିଏସନର ସଭାପତି ଶ୍ରୀ ସରୋଜ କୁମାର ଦାସ, ସମ୍ପାଦକ ଶ୍ରୀ ଆନନ୍ଦ ରଥ, ଉପ ସଭାପତି ଶ୍ରୀ ଶରତ କୁମାର ମାଝି, ତଥା ଅନ୍ୟାନ୍ୟ ସଭ୍ୟ ଓ ଅଦାଲତ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଅଦାଲତର ସିଷ୍ଟମ ଅଫିସର ଶ୍ରୀ ରଜନୀକାନ୍ତ ଲିମା ଓ କୋର୍ଟ ମ୍ୟାନେଜର ଶ୍ରୀ ନିତ୍ୟାନନ୍ଦ ମହାନ୍ତି ପରିଚାଳନାରେ ସହାୟତା କରିଥିଲେ ।ଏଥିସହ ସେରିସ୍ତାଦାର ଶ୍ରୀ ଅନନ୍ତ ବିଜୟ ଧୀବର, ମୂଖ୍ୟ କିରାଣି ଶ୍ରୀ ପ୍ରଦୀପ କୁମାର ମିଶ୍ର, ନଜୀର ଶ୍ରୀ ଅଶୋକ କୁମାର ପାଢୀଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Welcome to Odisha News24

error: Content is protected !!
%d bloggers like this: