ଜିଲ୍ଲାସ୍ତରୀୟ ରେଡକ୍ରସ୍ ସାଧାରଣ ବୈଠକ ଅନୁଷ୍ଠିତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର (୧୮/୦୧): ନବରଙ୍ଗପୁର ମିଶନ ଶକ୍ତି ସଭାଗୃହ ରେ ଜିଲ୍ଲା ସ୍ତରୀୟ ରେଡ଼କ୍ରସ ର ସାଧାରଣ ବୈଠକ ନବରଙ୍ଗପୁର ଜିଲ୍ଲାପାଳ ତଥା ଅଧ୍ୟକ୍ଷ ଭାରତୀୟ ରେଡ଼କ୍ରସ ସୋସାଇଟି, ଜିଲ୍ଲା ଶାଖା ନବରଙ୍ଗପୁର ଡ଼ଃ ଅଜିତ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଉପସ୍ଥିତ ଥିବା ସମସ୍ତ ସଭ୍ୟଙ୍କୁ ନୂତନ ବର୍ଷ ର ଅଭିନନ୍ଦନ ଜଣାଇବା ସହିତ ରେଡ଼କ୍ରସ ର ମୌଳିକ ନୀତି ଆଦର୍ଶ ଉପରେ ଆଲୋକପାତ କରିଥିଲେ ।

ସମଗ୍ର ବିଶ୍ବ ଆମ ପରିବାର । ଜାତିର ଉର୍ଦ୍ଧ୍ବରେ, ଦେଶ ଓ ମହାଦେଶର ଉର୍ଦ୍ଧ୍ବରେ ସମଗ୍ର ବିଶ୍ୱବାସୀଙ୍କ ବନ୍ଧୁ ଭାବେ ବିପତ୍ତି, ଦୁଃଖ, ଦୁର୍ଦ୍ଦିନରେ ସେମାନଙ୍କ ପାଖରେ ହାତ ଓ ହୃଦୟର ସମର୍ପଣ କରି ଛିଡା ହେଉଥିବା ଅନୁଷ୍ଠାନ ହେଉଛି ରେଡ଼କ୍ରସ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର କହିଥିଲେ । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ, ଉପସଭାପତି, ନିବେଦିତା ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ନିମାଇ ସୁତାର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଡ଼ଃ ଚୌଧୁରୀ ଶୋଭା ରାଣୀ ମିଶ୍ର, ଉପ ଜିଲ୍ଲାପାଳ, ଭାସ୍କର ରୋଇତ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ, ମୌସୁମୀ ନାୟକ, ଜିଲ୍ଲା ପଞ୍ଚାୟତ ଅଧିକାରୀ, ଶିଶିର କୁମାର ପାଣି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ହଳଧର ନିହାଲ,ବରିଷ୍ଠ ଆଇନଜୀବୀ ସମରେଶ ଗନ୍ତାୟତ, ଅଧ୍ୟାପିକା ଚନ୍ଦନା ପଣ୍ଡା, ନିର୍ବାହୀ ଯନ୍ତ୍ରୀ, ପୋଡ଼ାଗଡ, ଡେମ, ଉପର ଇନ୍ଦ୍ରାବତୀ ପ୍ରକଳ୍ପ ତପନ କୁମାର ସାହୁ,ସହାରା ର ନିର୍ଦେଶକ, ମନୋଜ କୁମାର ଧଳ, ଜିଲ୍ଲାର ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ,ଶିଶୁ ବିକାଶ ଅଧିକାରୀ ବ୍ୟତୀତ ବିଭିନ୍ନ ବିଭାଗୀୟ ଅଧିକାରୀ ବୈଠକରେ ଯୋଗ ଦେଇଥିଲେ । ଦ୍ବିତୀୟତଃ ଗୃହରେ ୨୦୧୯-୨୦ ମସିହା ର ଆୟ ଓ ବ୍ୟୟର ହିସାବ ଉପସ୍ଥାପନନା କରାଯାଇଥିଲା, ତାହା ସର୍ବସନ୍ନମତିଙ୍କ ସହମତିରେ ଗୃହରେ ପାରିତ ହୋଇଥିଲା । ତହସିଲଦାର ଡାବୁଗାଁ,କୋଡ଼ିଙ୍ଗା, ଜିଲ୍ଲା ପଞ୍ଚାୟତ ଅଧିକାରୀ, ଏବଂ ଜିଲ୍ଲା ଅବକାରୀ ବିଭାଗ ଅଧିକାରୀ ମାନେ ଆଶାନୁରୂପ ପାଣ୍ଠି ଆଦାୟ କରି ଥିବାରୁ ଜିଲ୍ଲାପାଳ ଖୁସି ବ୍ୟକ୍ତ କରିଥିଲେ । ଯେଉଁ ଅଧିକାରୀ ମାନେ ନିର୍ଦ୍ଧାରିତ ଆଶାନୁରୂପକ ରେଡ଼କ୍ରୋସ ପାଣ୍ଠି ଜମା କରିନାହାନ୍ତି ଅତିଶୀଘ୍ର ଜିଲା ଜରୁରୀ କାଳୀନ ବିଭାଗ ରେ ପାଣ୍ଠି ପଇଠ କରିବା ପାଇଁ ନିର୍ଦେଶ ଦେଇଛନ୍ତି । ଆୟ ଅନୁସାରେ ବ୍ୟୟ ର ପରିମାଣ ଅଧିକ ଥିବାରୁ ଜିଲ୍ଲାପାଳ ଗୃହରେ କ୍ଷୋଭ ପ୍ରକାଶ କରି ରେଡ଼କ୍ରୋସ ପାଣ୍ଠି ର ଆୟ ବୃଦ୍ଧି କରିବା ସମ୍ପର୍କରେ ଗୁରୁତ୍ୱ ଦେଇଥିଲେ ।

Welcome to Odisha News24

error: Content is protected !!
%d bloggers like this: