ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର (୦୫/୦୩): ନବରଙ୍ଗପୁର ପୌର ପାଳିକା ଅନ୍ତର୍ଗତ ୱାର୍ଡ ନଂ ୧୧ ରେ ମୋ ସେବା କେନ୍ଦ୍ର ଓ ଓଡ଼ିଶା ଅନ୍ ପୋର୍ଟାଲ ର ଉଦଘାଟନ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଭିଡିଓ କନଫରେନ୍ସ ମାଧ୍ୟମରେ ଲୋକାର୍ପଣ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ନବରଂଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ , ଡ଼ାବୁଗାଁ ବିଧାୟକ ମନୋହର ରାନ୍ଧାରୀ , ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ , ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର , ଏସପି ପ୍ରହଲ୍ଲାଦ ସହାଈ ମୀନା , ପିଡି ଡିଆରଡିଏ ରମାକାନ୍ତ ନାୟକ , ପୌର ନିର୍ବାହୀ ଅଧିକାରୀ ଗୌର ଚନ୍ଦ୍ର ପଟ୍ଟନାୟକ , ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ହଳଧର ନିହାଲ ପ୍ରମୁଖ ଉପସ୍ଥିତ ଥିଲେ । ଆଜି ଉଦ୍ଘାଟନ ହୋଇଥିବା ମୋ ସେବା କେନ୍ଦ୍ର ଓ ଓଡ଼ିଶା ଅନ ପୋର୍ଟାଲ ଆଗାମୀ ଦିନରେ ଜିଲ୍ଲାର ସବୁ ବର୍ଗର ଲୋକଙ୍କୁ ବେଶ ସହାୟତା ପ୍ରଦାନ କରିବା ନେଇ ଆଶା କରାଯାଇଛି । ସାଧାରଣ ଲୋକେ ମୋ ସେବା କେନ୍ଦ୍ର ଜରିଆରେ ବିଦ୍ୟୁତ୍ ଦେୟ , ପାନୀୟ ବିଲ୍ , ଜନ୍ମ ମୃତ୍ୟୁ ପ୍ରମାଣପତ୍ର , ମେଟ୍ରିକ୍ ସାର୍ଟିଫିକେଟ , ମାର୍କ ସିଟ୍ , ହଲଡିଂ ଟେକ୍ସ ଆଦି କାର୍ଯ୍ୟ ଅତି ସହଜରେ ପାଇପାରିବେ ଏବଂ ଓଡ଼ିଶା ଅନ ପୋର୍ଟାଲ ମାଧ୍ୟମରେ ସମସ୍ତ ସରକାରୀ ସେବା ପାଇଁ ପାରିବେ ବୋଲି ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର କହିଛନ୍ତି । ସେହିପରି ଜିଲ୍ଲାସ୍ତରୀୟ ପଂଚାୟତ ରାଜ ଦିବସ ସ୍ଥାନୀୟ ମିଶନ ଶକ୍ତି ସମ୍ମଲାନି ଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭଗବତୀ ଭତ୍ରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡ଼ ଅଜିତ କୁମାର ମିଶ୍ର , ଜିଲ୍ଲା ପରିଷଦ ଉପାଧକ୍ଷା ନିବେଦିତା ମହାନ୍ତି , ପି ଡି ଡି ଆର୍ ଡି ଏ ରମାକାନ୍ତ ନାୟକ , ଏ ପି ଡି ରତ୍ନାକର ସାହୁ , ନବରଙ୍ଗପୁର ବିଡିଓ ପଟ୍ଟନାୟକ , ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ହଳଧର ନିହାଲ ପ୍ରମୁଖ ମଞ୍ଚାସିନ ଥିଲେ । ପ୍ରଥମେ ପ୍ରବାଦ ପୁରୁଷ ତଥା ପଂଚାୟତି ରାଜ ବ୍ୟବସ୍ଥା ର ପ୍ରବର୍ତ୍ତକ ସ୍ବର୍ଗତ ବିଜୁବାବୁଙ୍କ ଫୋଟଚିତ୍ରରେ ପ୍ରଦୀପ ପ୍ରଜଳନ ଓ ମାଲ୍ୟାର୍ପଣ କରାଯାଇଥିଲା ।
ଗୋଷ୍ଠି ଉନ୍ନୟନ ଅଧିକାରୀ ସୁକାନ୍ତ ପଟ୍ଟନାୟକ ପଞ୍ଚାୟତି ରାଜ ଦିବସ ର ମହତ୍ଵ ଓ ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ ବିଷୟରେ ଆଲୋକପାତ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନ ରେ ପ୍ରଗ୍ରତି ର ପାହାଡ ଚଢ଼ି ଚାଲୁଥିବା ଓଡ଼ିଶାକୁ ଆହାରୁ ଅଧିକ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ବିଜୁ ବାବୁ ଯେଉଁ ସପ୍ନ ଦେଖିଥିଲେ ସେ ସୁନାର ଓଡ଼ିଶା ସପ୍ନ କୁ ସାକାର କରିବା ପାଇଁ ଆମେ ସମସ୍ତେ ସଂକଳ୍ପ ବୋଧ ହେବାର ଆବଶ୍ୟକ ରହିଛି ବୋଲି ନିଜ ନିଜ ଅଭିଭାଷଣରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧକ୍ଷା କହିଥିଲେ । କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ହଳଧର ନିହାଲ ଧନ୍ୟବାଦ ଅର୍ପଣ କରିଥିଲେ ।