ଜିଲ୍ଲାରେ ୧୭୭ ପଜିଟିବ ଚିହ୍ନଟ ବେଳେ NAC ରେ ସଂକ୍ରମଣ ହାର ବହୁତ କମ

ରିପୋର୍ଟ: ସୁଶାନ୍ତ ବେହେରା //
ବୌଦ୍ଧ (୩୦/୦୫): ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ରିତା କାନ୍ତ ବଳିୟାରସିଂହଙ୍କ ଦୈନିକ ଜିଲ୍ଲା ରିପୋର୍ଟ ଅନୁଯାଇ ଆଜି ବୌଦ୍ଧ ଜିଲ୍ଲାରେ କରୋନା ସଂକ୍ରମଣ ହାର ୨୪ ଘଣ୍ଟାରେ ୧୭୭ ଜଣ ନୂତନ କରୋନା ରୋଗୀ ଚି଼ହ୍ନଟ ହୋଇଛନ୍ତି |

ଦ୍ୱିତୀୟ ଲୋହରି କରୋନାର ପ୍ରଭାବ ଚଳିତ ବର୍ଷ ବୌଦ୍ଧ ଜିଲ୍ଲାରେ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ସଂକ୍ରମଣ ହାର ବହୁତ ବେଶୀ | ବୋଧହୁଏ ଲୋକ ସଚେତନତା ଅଭାବ ଓ covid-19 ର ନିୟମ ଗୁଡିକୁ ଉଲଂଘନ କରିବାର ପରିଣାମର ପ୍ରଭାବ | ଦିନକୁ ଦିନ ଜିଲ୍ଲା ଦୈନିକ ରିପୋର୍ଟକୁ ଅନୁଧ୍ୟାନ କଲେ ଜଣାପଡୁଛି ଯେ ଜିଲ୍ଲାରେ ଥିବା ତିନୋଟି ବ୍ଲକ କଣ୍ଟାମାଲ, ବୌଦ୍ଧ ଓ ହରଭଙ୍ଗା ରେ ବୌଦ୍ଧ NAC ଅପେକ୍ଷା ବହୁତ ନୂତନ ରୋଗୀ ଚି଼ହ୍ନଟ ହେଉଛନ୍ତି | ସେହି ଭଳି ଆଜିର ସଂକ୍ରମଣ ହାର ଜିଲ୍ଲାରେ ୧୭୭ ଥିଵା ବେଳେ NAC ରେ ମାତ୍ର ୬ ଜଣ ରୋଗୀ ଚି଼ହ୍ନଟ ହୋଇଛନ୍ତି l ହିଟ ଲିଷ୍ଟ ରେ ହରଭଙ୍ଗା ବ୍ଲକ କୁସଙ୍ଗ ପଞ୍ଚାୟତର କୁସଙ୍ଗ ଗାଁ ରୁ ସର୍ବାଧିକ ୨୩ ଜଣ ନୂତନ କରୋନା ରୋଗୀ ଚି଼ହ୍ନଟ ହୋଇଛନ୍ତି | ହରଭଙ୍ଗା ବ୍ଲକ କୁ କରୋନା ତାର କାୟା ଏମିତି ବିସ୍ତାର କରିଛି ଯେ ପ୍ରତିଦିନ ଜିଲ୍ଲାର ୬୦% ରୋଗୀ ଚି଼ହ୍ନଟ ଓ ମୃତ୍ୟୁ ହାର ରେକର୍ଡ ଆସୁଛି | ଏଣୁ ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ କୁ ବ୍ଲକ ର ସର୍ବୋସାଧାରଣ ଜନତା ଙ୍କ ଅଭିଯୋଗ ଏହି ସଂକ୍ରମନ ହାର ଓ ମୃତ୍ୟୁ ହାର କୁ କେଉଁ ଭଳି ଭାବରେ କମlଯାଇ ପାରିବ ଯଥା ଶୀଘ୍ର ପଦକ୍ଷେପ ନିଆଯାଉ |

Welcome to Odisha News24

error: Content is protected !!
%d bloggers like this: