ଜିଲ୍ଲାରେ ବୁଲିଲା ସଚେତନତା ରଥ-କୋଭିଡ ସଚେତନତା ରଥର ଶୁଭାରମ୍ଭ କଲେ ଜିଲ୍ଲାପାଳ ସୁବର୍ଣ୍ଣପୁର

ରିପୋର୍ଟ: ଧ୍ରୁବରାଜ ମିଶ୍ର //
ସୁବର୍ଣ୍ଣପୁର (୨/୬)): ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ସ୍ବେଛାସେବୀ ଅନୁଷ୍ଠାନ ଏକସନଏଡ଼ ର ମିଳିତ ଆନୁକୂଲ୍ୟରେ ଜିଲ୍ଲାର ଗ୍ରାମ୍ୟଞ୍ଚଳ ରେ ସାମ୍ପ୍ରତିକ କରୋନା ସଂକ୍ରମଣ କୁ ପ୍ରତିହତ କରିବା ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲାପାଳ ମୋନିଷl ବାନାର୍ଜୀ କୋଭିଡ ସଚେତନତା ରଥକୁ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରିଛନ୍ତି | କୋଭିଡ କଟକଣା ମଧ୍ୟରେ ଏହି କାର୍ଯ୍ୟକ୍ରମ ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି |

ଏହି ସଚେତନତା ରଥ ଜିଲ୍ଲାର ବୀରମହାରାଜପୁର,ସୋନପୁର, ତରଭା,ଉଲୁଣ୍ଡା ଓ ବିନିକା ବ୍ଲକ ର ବିଭିନ୍ନ ଗ୍ରାମ ପରିକ୍ରମା କରି ଜନସାଧାରଣ ଙ୍କୁ ସରକାରଙ୍କ କୋଭିଡ ମାର୍ଗଦର୍ଶିକାର ଅନୁପାଳନ ତଥା କୋଭିଡ ସମ୍ୱନ୍ଧୀୟ ସଚେତନତା କରିବ | ଏହି ଅଭିଯାନ ରଥ ବିଭିନ୍ନ ବ୍ଲକର ଗ୍ରାମ୍ୟଞ୍ଚଳ ପରିକ୍ରମା ସମୟରେ ସ୍ବେଛାସେବୀ ଅନୁଷ୍ଠାନ ରେଆର- ସୋନପୁର, ଗ୍ରାମ ଉତଥାନ-ଉଲୁଣ୍ଡା, ହେଲ୍ପ ଟୁ ଅଦର-ବିନିକା, ଏସଏସଆଇୱାଇଏ -ବୀରମହାରାଜପୁର, ଯୁବ ମହାସଂଘ -ଉଲୁଣ୍ଡା, ଜିଲ୍ଲା ଚାଇଲଡ ଲାଇନ ର ସଭ୍ୟ -ସଭ୍ୟା ପ୍ରଭୁତି ସଚେତନତା କାର୍ଯ୍ୟକ୍ରମ ରେ ପ୍ରତ୍ୟକ୍ଷ ସାମିଲ ରହି ପରିଚାଳନା କରିବେ | ଏହି ମହତ କାର୍ଯ୍ୟରେ ସ୍ବେଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା ଙ୍କ ସ୍ୱତଃଯୋଗଦାନ ପାଇଁ ଜିଲ୍ଲାପାଳ ଶ୍ରୀମତୀ ବାନାର୍ଜୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଏହା ଜିଲ୍ଲାରେ କରୋନା ସଂକ୍ରମଣ କୁ ରୋକିବାରେ ସହାୟ ହେବବୋଲି କହିଛନ୍ତି | ଏହି କାର୍ଯ୍ୟକ୍ରମ ପରିଚାଳକ -ଏକସନଏଡ଼ ଘାସିରାମ ପଣ୍ଡା, ସମ୍ପାଦକ- ରେଆର ଅନଙ୍ଗ ନେଗୀ,ସଭାପତି-ସିୟା, ଶ୍ରୀ ସୁଦାମ ଗାଏଗରୀଆ, ଗ୍ରାମ ଉତଥାନ, ହେଲ୍ପ ଟୁ ଅଦର, ୟୁବ ମହାସଂଘ ର କର୍ମକର୍ତ୍ତା ଲକ୍ଷ୍ମଣ ସା, ସୁଶାନ୍ତ ଭୋଇ, ଗତିକୃଷ୍ଣ ମିଶ୍ର, ଅମ୍ବୁଜ ବିହାରୀ ଶତପଥୀ, ସ୍ୱାଧୀନ କୁମାର ମେହେର, ମହେଶ ପୁରୋହିତ ଉପସ୍ଥିତ ରହିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଂଯୋଜକ ଏକସନଏଡ଼-ରାକେଶ ପ୍ରଧାନ, ଜିଲ୍ଲା ଜରୁରୀ ଅଧିକାରୀ ମୁକ୍ତେଶ୍ଵର ପାଣିଗ୍ରାହୀ, ଜିଲ୍ଳା ସ୍ୱଳ୍ପ ସଂଚୟ ଅଧିକାରୀ ହରିଚରଣ ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ |

Welcome to Odisha News24

error: Content is protected !!
%d bloggers like this: