ଜିଲ୍ଲାରେ ବଢି ଚାଲିଛି ସାଇବର କ୍ରାଇମ,ତୁରନ୍ତ ବିଭାଗୀୟ ସଚିବ ଦୃଷ୍ଟି ଦେବାକୁ ଦାବୀ

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର,ତା,୩୦/୦୫): ଦିନକୁ ଦିନ ସାଇବର କ୍ରାଇମ ବୃଦ୍ଧି ପାଉଥିବା ବେଳେ ବଲାଙ୍ଗୀର ଜିଲ୍ଲାରେ ଏହି ବେଆଇନ କାର୍ଯ୍ୟକଳାପ ବୃଦ୍ଧି ପାଉ ଥିବା ଦେଖା ଦେଇଛି । ପ୍ରକାଶ ଯେ,ଜିଲ୍ଲାର କଣ୍ଟାବାଞ୍ଜି,ଟିଟିଲାଗଡ, ପଟଣାଗଡ଼ ଉପଖଣ୍ଡ ଅଞ୍ଚଳରେ ଏପରି ମାମଲା ଦିନକୁ ଦିନ ବୃଦ୍ଧି ପାଇଚାଲିଛି । ଇତି ମଧ୍ୟରେ ଟିଟିଲାଗଡର ଜଣେ ଝିଅ ନିଜ ପ୍ରେମିକ ସହ ଭିଡିଓ ଭାଇରାଲ ମାମଲା ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଉକ୍ତ ମାମଲା କ୍ରମେ ଟିଟିଲାଗଡ ପୋଲିସ ପ୍ରଶାସନ ପକ୍ଷରୁ ଅଭିଯୋଗ ନେଇ ସବିଶେଷ ତଦନ୍ତ କରି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରଲ ନେଇ ଗିରଫ କରି କୋର୍ଟ ଚାଲାଣ କରିଥିଲେ ।

ଉକ୍ତ ଯୁବକ ଜାମିନ ନା ମଞ୍ଜୁର ହେବାରୁ ଜେଲ ରେ ଅଛି । ଉକ୍ତ ଅଭିଯୁକ୍ତ ଗିରଫ ପରେ କିଛି ଦିନ ବ୍ୟବଧାନ ରେ ଅନ୍ୟ ଜଣେ ଯୁବକ ଯିଏକି ସମ୍ପର୍କୀୟ ତଥା ସାଙ୍ଗ, ତା ନାମ ଓ ଫୋଟୋ ରେ ଫେକ ବା ଜାଲ ଆଇ ଡି ତିଆରି କେହି ପୂର୍ବ ଭିଡିଓ,ଫଟୋ ପୋଷ୍ଟ କରିଥିଲା । ତେବେ ଉକ୍ତ ଯୁବକ ଜାଣି ନ ଥିବା ପ୍ରକାଶ କରୁଥିବା ବେଳେ ଅଭିଯୋଗ କରିଥିବା ଝିଅ ଉକ୍ତ ଯୁବକ ବିରୋଧ ରେ ଅଭିଯୋଗ କରିଛି । ଏ ନେଇ ତଦନ୍ତ ଚାଲିଥିବା ବେଳେ ବିଶେଷ କରି ଜିଲ୍ଲାର କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ ଏପରି କରି ପୋଲିସ ଭୟ ଦେଖାଇବା,ବିବାହିତା ବ୍ୟକ୍ତି, ଯୁବକ ,ଯୁବତୀ ତଥା ଭଦ୍ର ବ୍ୟକ୍ତି ଙ୍କୁ ଠକେଇ କରି ବିପୁଳ ପରିମାଣର ଅର୍ଥ ଆଦାୟ କରାଯାଉଥିବା ଅଭିଯୋଗ ହୋଇଆସୁଛି । ସେହିପରି ସନ୍ତୋଷ ଭୋଇ ନାମକ କେଶରୀଆ ହିନ୍ଦୁ ବାହିନୀ ବଲାଙ୍ଗୀର ଜିଲ୍ଲା ସଭାପତି ଙ୍କ ଏପରି କେହି ଫେକ ଆଇଡି କରି ସେ ଡ଼ାକ୍ତର ଖାନା ରେ ଗୁରୁତର ଅବସ୍ଥାରେ ଥିବା ବେଳେ ତୁରନ୍ତ ଅପରେସନ ପାଇଁ ଅର୍ଥ ଆବଶ୍ୟକ ବୋଲି ଜଣେଇ ବ୍ୟାଙ୍କ ଆକାଉଣ୍ଟ ନଂ ଦେଇଥିଲେ । ଏ ନେଇ ସେ ଥାନା ରେ ଏକ ଏତଲା ଦେଇଥିବା ଜଣାଇଛନ୍ତି । ତେବେ ଏ ନେଇ ଜିଲ୍ଲା ପ୍ରଶାସନ ତରଫରୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ସାଇବର ସେଲ ସହ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଅଭିଯୁକ୍ତ ଙ୍କୁ ଗିରଫ କରିବା ପାଇଁ ସାଧାରଣ ରେ ଦାବୀ ପ୍ରକାଶ ପାଇଛି ।

Welcome to Odisha News24

error: Content is protected !!
%d bloggers like this: