ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଅନାଥ ଆଶ୍ରମରେ ପାଳିଲେ ନୂଆବର୍ଷ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର ୦୨/୦୧): ନବରଙ୍ଗପୁର ଜିଲ୍ଲାପାଳ ଡ଼ ଅଜିତ କୁମାର ମିଶ୍ର ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମିନା ପ୍ରମୁଖ ଆଶ୍ରମ ଅନ୍ତେବାସୀଙ୍କ ସହ ନୂଆବର୍ଷ ପାଳନ କରିଛନ୍ତି ।

ନବରଙ୍ଗପୁର ସଦର ମହକୁମା ସ୍ଥିତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ବାଳିକା ଆଶ୍ରମକୁ ନୂତନ ବର୍ଷ ଅବସରରେ ଜିଲ୍ଲାପାଳ ଓ ଏସପି ପ୍ରମୁଖ ଆଶ୍ରମରେ ରହୁଥିବା ଅନାଥ ପିଲାଙ୍କୁ ମିଠା ଓ ଚକଲେଟ୍ ବଣ୍ଟନ କରି ନୂତନ ବର୍ଷ ପାଳନ କରିଥିଲେ । ଏହା ସହ ଆଶ୍ରମର ଦାୟିତ୍ଵରେ ଥିବା କର୍ମକର୍ତ୍ତାଙ୍କ ସହ ଆଶ୍ରମର ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିବା ସହ ରହିବା , ଖାଇବା ବ୍ୟବସ୍ଥାର ତଦାରଖ କରିଥିଲେ ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: