ଜିଲ୍ଲାପାଳଙ୍କ ଦ୍ୱାରା ଗୃହ ପ୍ରବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ

ରିପୋର୍ଟ: ଏନ.ସନ୍ତୋଷ କୁମାର //
ବୈପାରୀଗୁଡା (୨୯/୧୨): ବୈପାରୀଗୁଡା ବ୍ଲକ ମଠପଡା ପଞ୍ଚାୟତର ଅଣ୍ଡରୀ ଠାରେ କଷ୍ଟର କଲୋନୀ ଗୃହ ପ୍ରବେଶ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଏହି ଗୃହ ପ୍ରବେଶ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରିବନ କାଟି କୋଷ୍ଟର କଲୋନୀ ଉଦଘାଟନ କରିଥିଲେ l

ଉଦଘାଟନ ପରେ ମାଠପୋଡା ପଞ୍ଚାୟତର 39 ଜଣ ହିତାଧିକାରୀଙ୍କୁ ଘର ପ୍ରଦାନ କରାଯାଇଛି l ଏହି ଅବସରରେ ଅତିଥିମାନେ ବୃକ୍ଷରୋପଣ କରିଥଲେ l ଆଗାମୀ ଦିନରେ ଏଠାରେ ଖେଳ ପଡିଆ, ମୋ ବଗିଚା, ପୋଖରୀ ସୁବିଧା କରାଯିବ ବୋଲି ଜିଲ୍ଲାପାଳ ମତ ରଖିଛନ୍ତି l ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦେଶକ ପ୍ରବୀର କୁମାର ନାୟକ, ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ଗୌରୀ ପ୍ରସାଦ ନାୟକ, ବ୍ଲକ ଅଧକ୍ଷା ସରୋଜିନୀ କାଣ୍ଡିକି, ବିଡ଼ିଓ ଅଭିମନ୍ୟୁ ଶତପଥୀ, ସ୍ଥାନୀୟ ସରପଞ୍ଚ, ପିଇଓ, ଗ୍ରାମବାସୀ ଓ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ l

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: