ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଦୁର୍ବୃତ୍ତଙ୍କ ଖୋଲାଖୋଲି ଆକ୍ରମଣ କରି ଟଙ୍କା ଲୁଟ

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର, ତା୦୭-୦୪): ବଲାଙ୍ଗୀର ଜିଲ୍ଲା ତଥା ବଲାଙ୍ଗୀର ସହରରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇ ଚାଲିଥିବା ବେଳେ ଖୋଦ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରୁ ପଟଣାଗଡ଼ ରାସ୍ତା ଠିକାଦାର ପଡା ସ୍ଥିତ ପୋଲ ନିକଟରେ ଜଣେ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ଜୋର ଜବରଦସ୍ତ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ ବୁଧବାର ଅପରାହ୍ନ ପ୍ରାୟ ପାଞ୍ଚ ଟା ସମୟରେ ଦେବରାଜ ନାଏକ ନାମକ ଜଣେ ବ୍ୟକ୍ତି ପଟଣାଗଡ଼ ନିଜ ବାଇକ ଯୋଗେ ଯାଉଥିବା ବେଳେ ସେ ଉକ୍ତ ପୋଲ ଛକ ନିକଟରେ ଏକ ପାନ ଦୋକାନରୁ କିଛି କିଣିବା ପାଇଁ ଅଟକି ଥିଲେ । ଉକ୍ତ ସମୟରେ ସେ ତାଙ୍କ ମନିପର୍ସ ରୁ ଟଙ୍କା ବାହାର କରି ଉକ୍ତ ଦୋକାନୀଙ୍କୁ ଦେଉଥିବା ବେଳେ ହଠାତ ଜଣେ ଅଜଣା ବ୍ୟକ୍ତି ଆସି ମାଡ ମାରିବା ଆରମ୍ଭ କରି ତାଙ୍କ ପର୍ସ ଲୁଟି ନେଇଥିଲେ । ଏପରି କି ସେ ନିଜ ବାଇକ ରେ ବଲାଙ୍ଗୀର ଥାନା କୁ ଯିବା ବେଳେ ଉକ୍ତ ବ୍ୟକ୍ତି ଓ କିଛି ସହଯୋଗୀ ଆସି ଏକ ମାରଣାସ୍ତ୍ର ଦେଖାଇ ପୁନଃ ମାଡ଼ ମାରିଥିଲେ । ଅନ୍ୟ ଉପାୟ ନ ପାଇ ସେ ଥାନା କୁ କିମ୍ବା ଡାକ୍ତର ଖାନା କୁ ଯାଇପାରି ନ ଥିଲେ । ତାଙ୍କ ପର୍ସ ରେ ଥିବା ସାତ ହଜାର ଟଙ୍କା ଥିବା ପ୍ରକାଶ କରିଛନ୍ତି । ତେବେ ଉକ୍ତ ଛକ ନିକଟରେ ଅସାମାଜିକଙ୍କ ଆଡ୍ଡା ସ୍ଥଳୀ ପାଲଟି ଥିବା ସହ ନୀତିଦିନ ଏପରି ଲୁଟ,ତରାଜ ଘଟିଚାଲୁ ଥିବା ନେଇ ତୁରନ୍ତ ଏ ନେଇ ବିଭାଗୀୟ ମୁଖ୍ୟ ଦୃଷ୍ଟି ଦେବା ଶହ ତୁରନ୍ତ ଆବଶ୍ୟକୀୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଦାବି ହେଉଛି । ଏ ନେଇ ଆମେ ଉକ୍ତ ନିଶାସକ୍ତ ଅଭିଯୁକ୍ତଙ୍କୁ ଖବର ପାଇ ଯାଇ ସାକ୍ଷାତ କରିଥିବା ବେଳେ ସେ, “ଆମେ ଆମର ଖର୍ଚ୍ଚା ମାଗଲେ ନାଇଁ ଦେବାର ଆମେ ଲୁଟମୁ” ବୋଲି ପ୍ରକାଶ କରିଥିଲେ । ଏ ନେଇ ଉକ୍ତ ଅଭିଯୁକ୍ତଙ୍କୁ ନେଇ କଠୋର କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ହୋଇଛି ।

Welcome to Odisha News24

error: Content is protected !!
%d bloggers like this: