ସାଧାରଣ ଜନତାଙ୍କ ସ୍ୱର

ଜାମସେଠ ପ୍ରିମିୟର ଲିଗ ଟି-୧୦: ସାଇପଲାକୁ ହରାଇ ଲଖନା ବିଜୟୀ

ରିପୋର୍ଟ: ନିରଞ୍ଜନ ତ୍ରିପାଠୀ //
ପାଇକମାଳ (୧୬/୦୧): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ଜାମସେଠ ଗ୍ରାମର ଚାଲିଥିବା ୯ତମ ଜାମସେଠ ପ୍ରିମିୟର ଲିଗ ଟି-୧୦ ଚତୁର୍ଥ ଦିନରେ ଦୁଇଟି ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଅତିଥି ଭାବେ ମୁଖନାମୁଣ୍ଡା ସ୍କୁଲର ପ୍ରଧାନ ଶିକ୍ଷକ ବାସବ ମାଝୀ ଓ ସରୋଜ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇ ଖେଳ ଉଦଘାଟନ କରିଥିଲେ। 137265284 2907626349520456 6949733341286390653 o

ପ୍ରଥମ ମ୍ୟାଚ ଜାମସେଠ ନେତାଜୀ କ୍ଳବ ଓ ସାଇପଲା ମଧ୍ୟରେ ହୋଇଥିଲା ଏଥିରେ ସାଇପଲା ସୁପର ଓଭରରେ ମ୍ୟାଚ ବିଜୟୀ ହୋଇଥିଲା ।ଦ୍ବିତୀୟ ମ୍ୟାଚ ଲଖନା ଓ ସାଇପଲା ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ଲଖନା ଦଳ ନିର୍ଧାରିତ ଓଭରରେ ୭ ଓ୍ବେକେଟ ହରାଇ ୭୯ ରନ ସଂଗ୍ରହ କରିଥିଲେ। ଦଳ ପକ୍ଷରୁ ଟଙ୍କ ଶବର ୨୦ ରନ ସର୍ବାଧିକ କରିଥିଲେ। ୮୦ ରନ ବିଜୟ ଲକ୍ଷ୍ୟ ନେଇ ସାଇପଲା ଦଳ ୯ ଓ୍ବେକେଟ ହରାଇ ୫୫ ରନ ସଂଗ୍ରହ କରି ଲଖନା ଠାରୁ ୨୪ ରନରେ ପରାଜିତ ହୋଇଥିଲେ। ଶିବୁ ପଟ୍ଟନାୟକ ଓ ଘନ ଭୋଇ ଖେଳ ପରିଚାଳନା କରିଥିଲେ। ଟଙ୍କଧର ମାଝୀ ଓ ମଣ୍ଟୁ ଷଡ଼ଙ୍ଗୀ ସ୍କୋରର ଥିଲେ। ସନ୍ତୋଷ ପଣ୍ଡା ଓ ପପୁନ ମାଝୀ ଧାରାବିବରଣୀ ପ୍ରଦାନ କରିଥିଲେ। ପୁରସ୍କାର ବିତରଣରେ ଉତ୍ସବରେ ଆର୍ତ୍ତତ୍ରାଣ ସାହୁ ଓ ଆୟୋଜକ ସେକ୍ରେଟାରୀ ସୌମ୍ୟରଞ୍ଜନ ମାଝୀ ଯୋଗ ଦେଇ ଲଖନା ଦଳର ଯୋଗେଶକୁ ମ୍ୟାନ ଅଫ ଦି ମ୍ୟାଚ ଦେଇ ପୁରସ୍କୃତ କରିଥିଲେ । ଦଳଗଞ୍ଜନ ମାଝୀ, ସୋମେଶ ମାଝୀ, ବବଲୁ ନାଏକ, ଦୟା ମାଝୀ,ଟୁକୁ ନାଏକ,ବୁବୁନ ମାଝୀ,ତୁଲସୀ ହଂସ, ଗଦାଧର ଭୋଇ ପ୍ରମୁଖ ସହଯୋଗ କରିଥିଲେ। ଆସନ୍ତାକାଲି ଫାଇନାଲ ମ୍ୟାଚ ହେବ ବୋଲି ଆୟୋଜକ ସଭାପତି ଟଙ୍କଧର ମାଝୀ ସୂଚନା ଦେଇଛନ୍ତି।

Welcome to Odisha News24

%d bloggers like this: