ଜାପାନର ସର୍ବୋଚ୍ଚ ପୁରସ୍କାର ପାଇଲେ ଓଡ଼ିଆ ପୁଅ

ରିପୋର୍ଟ: ସନ୍ତୋଷ ନାୟକ //
ଭୁବନେଶ୍ୱର, ତା୧୪-୧୨): ଦେଶ ଓ ଜାତିର ନା’ ରଖିଛନ୍ତି ଏହି ଓଡିଆ ପୁଅ କୁନା ଦଶ । ତାଙ୍କ ପାଇଁ ଆଜି ଗର୍ବିତ ପୁରା ଦେଶ । ଜାପାନର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜାପାନ ସର୍ବୋଚ୍ଚ ପୁରସ୍କାର ପ୍ରଦାନ କରାଯାଇଛି ଓଡ଼ିଆ ପୁଅ କୁନା ଦାଶଙ୍କୁ । ଭାରତ-ଜାପାନ ଏହି ଦୁଇ ଦେଶ ମଧ୍ୟରେ ଶିକ୍ଷା,ସଂସ୍କୃତି, କଳା, ବାଣିଜ୍ୟ ଏବଂ ବନ୍ଧୁତ୍ୱକୁ ପ୍ରଚାର ପ୍ରସାରକୁ ପ୍ରୋତ୍ସାହିତ କରିବାରେ ଶ୍ରୀ ଦାସଙ୍କ ଦୀର୍ଘ ୩୦ବର୍ଷର ଅବଦାନ ପାଇଁ ଜାପାନ ସରକାରଙ୍କ ତରଫରୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଓଡିଶାରୁ ଏହି ସମ୍ମାନଜନକ ପୁରସ୍କାର ପାଇଁ ସେ ହେଉଛନ୍ତି ଏକ ମାତ୍ର ମନୋନୀତ ବ୍ୟକ୍ତି ଯାହାକି ଭାରତର ବିଶେଷ କରି ଓଡିଶା ପାଇଁ ଗର୍ବ ଓ ଗୌରବର ବିଷୟ ।

OLYMPUS DIGITAL CAMERA

୨୦୦୨ମସିହା ଠାରୁ ଭାରତ ଜାପାନ ଫ୍ରେଣ୍ଡସିପ୍ ସେଣ୍ଟରର ସଭାପତି ତଥା ଜାପାନ କ୍ୟୋଟୋରୀ ଆନ୍ତର୍ଜାତିକ ପର୍ଯ୍ୟଟକ ରାଷ୍ଟ୍ରଦୂତ ଏବଂ ଚନ୍ଦ୍ରଶେଖର ଏକାଡେମୀର ସଭାପତି ଭାବେ ଶ୍ରୀ ଦାଶ କାର୍ଯ୍ୟ କରୁଥିଲେ । ସେଠାରେ ସେ କଳା,ସଂସ୍କୃତି, ପର୍ଯ୍ୟଟନ, ବାଣିଜ୍ୟ, ଖାଦ୍ୟ ଏବଂ ପଦର୍ଶନ କଳା ସହ ଅନେକ ଗଣମାଧ୍ୟମରେ ଦୃଶ୍ୟ ବକୃତା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ଵାରା ଜାପାନ ଏବଂ ଭାରତ ମଧ୍ୟରେ ପାରସ୍ପରିକ ବୁଝାବଣା ପାଇଁ ନିରନ୍ତର ଅବଦାନ ରଖିଛନ୍ତି । ୨୦୦୪ ମସିହାରେ ନିଜ ଜନ୍ମ ସ୍ଥାନ ପୁରୀରେ ଚନ୍ଦ୍ରଶେଖର ଏକାଡେମୀ ପ୍ରତିଷ୍ଠା କରିଥିଲେ । ଯାହାକି ରାଜ୍ୟର ଏକମାତ୍ର ବିଦ୍ୟାଳୟ ଯେଉଁଠାରେ ନର୍ସରି ଠାରୁ ଦ୍ୱାଦଶ ପର୍ଯ୍ୟନ୍ତ ସିବି.ଏସ.ଇ ପାଠ୍ୟକ୍ରମ ସହ ଜାପାନୀ ଭାଷା ଏବଂ ସଂସ୍କୃତି ମଧ୍ୟ ଶିକ୍ଷା ଦିଆଯାଉଛି । ୨୦୧୯ରେ ଆଇଟି ଏବଂ ଜାପାନୀଜ୍ ଭାଷା ତାଲିମ କେନ୍ଦ୍ର ମଧ୍ୟ ଏହାର ପରିସରରେ ଖୋଲାଯାଇ ଛାତ୍ରଛାତ୍ରୀ ମାନଙ୍କୁ ଆଇଟି କମ୍ପାନୀ ଗୁଡିକରେ ନିଯୁକ୍ତି ପାଇଁ ତାଲିମ ପ୍ରଦାନ ଆରମ୍ଭ କରାଯାଇଛି । ଏହି ପଦକ୍ଷେପ ଦ୍ୱାରା ଓଡ଼ିଶାର ଛାତ୍ରଛାତ୍ରୀ ମାନେ କର୍ମ ନିଯୁକ୍ତି ପାଇପାରିବେ ।

ଏହାବ୍ୟତୀତ ଶ୍ରୀ ଦାଶ ପଶ୍ଚିମ ଜାପାନରେ କାନସାଇ ଅଞ୍ଚଳରେ କ୍ୟୋଟୋ ଠାରେ ପ୍ରଥମ ଭାରତୀୟ ଭିତ୍ତିକ ଇଂରାଜୀ ମଧ୍ୟମ ବିଦ୍ୟାଳୟ,କ୍ୟୋଟୋ ସହରର ଆଡ଼ମିନିଷ୍ଟ୍ରେସନ୍ ସାହାଯ୍ୟରେ ଚନ୍ଦ୍ର ଶେଖର ଏକାଡେମୀ ପ୍ରତିଷ୍ଠା କରିଛନ୍ତି । ଏହା ବିଶେଷ କରି ସେଠାରେ ରହୁଥିବା ଭାରତୀୟ ପିଲାମାନଙ୍କ ପାଇଁ ପ୍ରତିଷ୍ଠା କରାଯାଇଛି । ଏହି ପୁରସ୍କାରକୁ ପାଇବାରେ ସମସ୍ତଙ୍କର ଅବଦାନ ଓ ସହଯୋଗ ପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ବିଶେଷ କରି ଉଭୟ ଦେଶର ନାଗରିକ ଓ ସରକାରଙ୍କୁ ତାଙ୍କର କୃତଜ୍ଞତା ଅର୍ପଣ କରିଛନ୍ତି । ଆହୁରି ଭବିଷ୍ୟତରେ ମଧ୍ୟ ଏହି ଭଳି ଅନେକ ଉନ୍ନୟନ ମୂଳକ କାର୍ଯ୍ୟ କରିବାରେ ସମସ୍ତଙ୍କର ଆଶ୍ରୀର୍ବାଦ ଓ ସହଯୋଗ କାମନା କରିଛନ୍ତି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: