ଜାନୁୟାରୀ ପହିଲାରୁ ଯାନବାହନରେ ଫାସଟାଗ୍ ବାଧ୍ୟତାମୂଳକ

ରିପୋର୍ଟ: ସନ୍ତୋଷ ନାୟକ //
ଭୁବନେଶ୍ୱର,ତା୨୬-୧୩: ଟୋଲ୍ ଗେଟରେ ଟ୍ରାଫିକ କମାଇବା ଓ ତେଲ ବଞ୍ଚାଇବା ପାଇଁ ସମଗ୍ର ଦେଶରେ ୨୦୨୧ ଜାନୁୟାରୀ ପହିଲାରୁ ଯାନବାହନରେ ଫାସଟାଗକୁ ବାଧ୍ୟତାମୂଳକ କରାଯିବ । କେନ୍ଦ୍ର ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ଏହା ଘୋଷଣା କରିବା ପରେ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଛି । ତେବେ ଏହାକୁ ଓଡ଼ିଶାରେ କାର୍ଯ୍ୟକାରୀ କରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।

ଭାରତ ଜାତୀୟ ରାଜପଥ ପ୍ରାଧିକରଣ ରାଜ୍ୟରେ ମୋଟ ୧୧ଟି ଟୋଲ୍ ପ୍ଲାଜା ରହିଛି । ୨୧୫ ଜାତୀୟ ରାଜପଥ ବାଣଯୋଡି, ଢେଙ୍କିକୋଟ, ହାସନପୁର, ୧୬ ନମ୍ବର ଜାତୀୟ ରାଜପଥ ଗୋଡିପଡା, ଗୁରାପାଲି, ମଙ୍ଗୁଳି, ପାନିକୋଇଲି,ସେରଗଡ଼ା,୬ନମ୍ବର ଜାତୀୟ ରାଜପଥ ବରଗଡ,୩୧୬ ରାଜପଥ ପିପିଲି, ୫ନମ୍ବର ଜାତୀୟ ରାଜପଥ ଶ୍ରୀ ରାମପୁର ଥରେ ଟୋଲଗେଟ ରହିଛି । ଏହି ଗେଟ ଗୁଡିକରେ ଅଧିକ ଟୋଲ୍ ଆଦାୟ କରାଯାଉଥିବାରୁ ଗାଡି ଚାଳକ ଓ ବସ୍ ମାଲିକଙ୍କ ମଧ୍ୟରେ ବାରମ୍ବାର ଅସନ୍ତୋଷ ଦେଖା ଦେଇଛି । ଏପରିକି ଅନେକ ସମୟରେ ଗଣ୍ଡଗୋଳ ଭଳି ପରିସ୍ଥିତି ସୃଷ୍ଟି ହେଉଛି । ବର୍ତ୍ତମାନ ସ୍ଥିତିରେ ୪ଟି ଫାସଟାଗ ଲେନ କରାଯାଇଛି । ଏପରି ସ୍ଥଳେ ରାଜ୍ୟରେ ଫାସଟାଗ ବାଧ୍ୟତାମୂଳକ କାର୍ଯ୍ୟକାରୀ କରିବା ସମୀଚିନ ନୁହେଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।
୨୦୧୭ରରୁ ବିକ୍ରି ହୋଇଥିବା ଗାଡ଼ିଗୁଡିକ ପାଇଁ ଆସନ୍ତା ଜାନୁୟାରୀ ପହିଲାରୁ ଫାସଟାଗ ବାଧ୍ୟତାମୂଳକ କରିବାକୁ କେନ୍ଦ୍ର ସରକାର ଜାତୀୟ ମୋଟର ଜାନ ୧୯୮୯କୁ ସଂଶୋଧନ କରିଛନ୍ତି । ଏନେଇ ଯାନବାହନ ନିର୍ମାତା ଓ ଡିଲରମାନଙ୍କୁ ଜଣାଇ ଦିଆଯାଇଛି ।

ଅନେକ ସମୟରେ ଟୋଲ୍ ପ୍ଲାଜା ନିକଟରେ ଦୀର୍ଘ ସମୟ ଧରି ଗାଡି ଅଟକ ରହୁଛି । ମାନୁଆଲ ବ୍ୟବସ୍ଥାରେ ଟୋଲ୍ ଫି’ ଆଦାୟ କରାଯାଉଥିବାରୁ ସମସ୍ୟା ଦେଖାଦେଇଛି । ଏହି ବ୍ୟବସ୍ଥାକୁ ଡିଜିଟାଲ କରିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ବହୁବାର ଚିଠି ଲେଖିଛନ୍ତି । ତାହାମଧ୍ୟ ସମ୍ଭବ ହୋଇନାହିଁ । ଫାସଟାଗ୍ ଏକ ଉତ୍ତମ ପଦକ୍ଷେପ। ଏହାକୁ ବାଧ୍ୟତାମୂଳକ କରିବା ପୂର୍ବରୁ ସମସ୍ତ ଭିତ୍ତିଭୂମିକୁ ସଜାଡ଼ିବା ସହ ଗାଡି କିଣିବା ବେଳେ ଫାସଟାଗ୍ ପଞ୍ଜିକରଣ ବ୍ୟବସ୍ଥା କରାଗଲେ ଏ ନେଇ ରହିଥିବା ଅଚଳାବସ୍ଥା ଧୀରେ ଧୀରେ ଦୂର ହେବ ବୋଲି ଗାଡି ମାଲିକ ଦିବାକର ସ୍ୱାଇଁ କହିଛନ୍ତି ।

Welcome to Odisha News24

error: Content is protected !!
%d bloggers like this: