ଜାତୀୟ ରାଜପଥ ପାଲଟିଛି ଭାରି ଯାନ ବାହାନର ପାର୍କିଂ ସ୍ଥଳୀ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା (୦୬/୦୬): ଘଣ୍ଟା ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ କରି ରହୁଛନ୍ତି ଭାରି ଯାନବାହାନ | ଯାହା ଦ୍ୱାରା କେବେ ବାଟୋଇ ପ୍ରାଣ ହରାଉଛନ୍ତି ତ ଆଉ କେବେ ଭାରସାମ୍ୟ ହରାଇ ଟ୍ରକ ଗୁଡାକ ରାସ୍ତା ତଳକୁ ଖସିବା ନଜରକୁ ଆସିଛି। ଏପରିକି ଆଵଶ୍ୟକତା ଠାରୁ ଅଧିକ ଓଜନ ବୋଝେଇ କରି ନିଜେ ମଧ୍ୟ ବିପଦର ସମ୍ମୁଖୀନ ହେଉଛନ୍ତି।

ଏପରିକି ଆନ୍ଧ୍ରରୁ ଜେକେ କାଗଜ କଳକୁ ଯାଉଥିବା ଟ୍ରକ ଗୁଡାକ ଆଵଶ୍ୟକତା ଠାରୁ ଅଧିକ ବୋଝେଇ କରି କେତେବେଳେ ନିଜେ ବିପଦରେ ପଡୁଛନ୍ତି, ତ ଆଉ କେତେବେଳେ ଅନ୍ୟକୁ ବିପଦକୁ ଟାଣି ଦେଉଛନ୍ତି। ଏହିଭଳି ହିଁ ଘଟଣା ଦେଖିବାକୁ ମିଳିଛି ଗତକାଲି ନୂଆକରି ଗଡି ଉଠିଥିବା ରିଲାଏନ୍ସ ସପିଙ୍ଗ ମୋଲ ସମ୍ମୁଖରେ। ରାସ୍ତା କଡରେ ଠିଆ ହୋଇ ରହିଥିବା ଟ୍ରକପାର୍ଶ୍ଵ ଦେଇ ଏକ କାଠ ବଝେଇ ଟ୍ରକ ଧକ୍କା ଦେଇଥିଲା, ସେଥିରେ ବୋଝେଇ ହୋଇ ରହିଥିବା କାଠ ଗୁଡାକ ରାସ୍ତା ଉପରେ ପଡି ହୋଇ ରହିଥିଲା। ଯାହା ଦ୍ୱାରା ଅନେକ ସମୟ ଧରି ଯାତାୟତ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଥିଲା। ସପିଙ୍ଗମୋଲର ପାର୍କିଂଗ ବ୍ୟବସ୍ଥା ନ ଥିବା ଯୋଗୁଁ ଏଠାକୁ ଆସୁଥିବା ଗ୍ରାହକ ରାଜରାସ୍ତା ଉପରେ ଗାଡି ପାର୍କିଂଗ କରି ରଖୁଛନ୍ତି। ଅତିଶୀଘ୍ର ପରିବହନ ବିଭାଗ ଏବଂ ଜିଲ୍ଲା ପୋଲିସ ତୁରନ୍ତ ପଦକ୍ଷେପ ଗ୍ରହଣ ନ କରିଲେ ଆଗକୁ ଅନେକ ବିପଦର ସମ୍ମୁଖୀନ ହେବାକୁ ପଡିବ ବୋଲି ଜନସାଧାରଣ ମତ ଦେଇଛନ୍ତି।

Welcome to Odisha News24

error: Content is protected !!
%d bloggers like this: