ଜାତୀୟ ରାଜପଥ କଡରେ ଓଲଟିଲା ଡ଼ମ୍ଫର ଗାଡି

ରିପୋର୍ଟ: ବିମଳେନ୍ଦୁ ସାହୁ //
ଲୋଇସିଂହା(୦୯/୦୪): ୨୬ ନଂ ଜାତୀୟ ରାଜପଥ ବୁର୍ଡ।-ଲୋଇସିଂହା ଲାଇନଜୁରୀ ନିକଟରେ ଶୁକ୍ରବାର ଏକ କ୍ରସର ଗୁଣ୍ଡ ବୋଝେଇ ହୋଇଥିବା ଡ଼ମ୍ଫର ଗାଡି ଓଲଟି ପଡି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାଯାଇଛି ।

ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା ଖବର ମିଳିଛି । ଗାଡିଟି ବଲାଂଗୀର ପଟକୁ ଆସୁଥିବା ବେଳେ ଗାଡିର ବୁସ ଛିଣ୍ଡି ଯିବାରୁ ଡ୍ରାଇଭର ଜଣକ ଭାରସାମ୍ୟ ହରାଇ ଥିଲେ । ଫଳରେ ଡ଼ମ୍ଫର ଟି ରାସ୍ତାର ବାମ ପଟକୁ ଓଲଟି ପଡ଼ିଥିଲା । ସନ୍ଧ୍ୟାରେ କ୍ରେନ ସହାୟତାରେ ଦୁର୍ଘଟଣା ଗ୍ରସ୍ତ ଗାଡିକୁ ଉଦ୍ଧାର କରାଯାଇଥିବା ଜଣାଯାଇଛି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: