ସାଧାରଣ ଜନତାଙ୍କ ସ୍ୱର

ଜାତିଆଣା ଭାବ ନେଇ ଗ୍ରାମବାସୀଙ୍କ ଉପଜିଲ୍ଲାପାଳଙ୍କ ନିକଟରେ ବିକ୍ଷୋଭ ସହ ଧାରଣା ପ୍ରଦର୍ଶନ

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର,୧୨-୦୪): ଟିଟିଲାଗଡ ଥାନା ଅନ୍ତର୍ଗତ ସିରୁଲ ଗ୍ରାମ ପଞ୍ଚାୟତ ରୁ ଗ୍ରାମବାସୀ ଟିଟିଲାଗଡ ଉପଜିଲ୍ଲାପାଳ ତଥା ପୌରପରିଷଦ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଦୀର୍ଘ ସମୟ ଧରି ଧାରଣା ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ବେହେରା ପଡାରେ ପାନୀୟ ଜଳଯୋଗାଣ ନେଇ ଗ୍ରାମ ର ହରିଜନ ପଡା ବାସୀ ଙ୍କ ବ୍ୟବହୃତ ପାଣି ଜାତୀୟ ରାଜପଥ-୫୯ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା କୁ ଆସି ଆବର୍ଜନାମୟ ହେବା ଦ୍ୱାରା ଯାତାୟତ ବାଧା ପ୍ରାପ୍ତ ହୋଇଆସୁଥିବା ବେଳେ, ଉକ୍ତ ନଳକୂପ ନିକଟରେ ସୋପପିଟ ନିର୍ମାଣ ବ୍ୟବସ୍ଥା ପାଇଁ ଟିଟିଲାଗଡ ଉପଜିଲ୍ଲାପାଳ ସୋମେସ ଉପାଧ୍ୟାୟ ନିର୍ଦ୍ଦେଶ ଦେଇଥିଲେ । ସୋପପିଟ କିମ୍ବା ପାଇପ ଲାଇନ ବ୍ୟବସ୍ଥା ନିମନ୍ତେ ଦାବୀ କରାଯାଉଥିଲା,ଯଦ୍ୱାରା ଉକ୍ତ ବ୍ୟବହୃତ ନାଳ ପାଣି ଯୋଗୁଁ ଯାତାୟତ ଅସୁବିଧା ସହ ଆବର୍ଜନା ମୟ ପରିବେଶ ସୃଷ୍ଟି ହେଉଥିଲା ।ହେଲେ ଉପଜିଲ୍ଲାପାଳ ଙ୍କ ଏହି ସୋପପିଟ ବ୍ୟବସ୍ଥା କୁ ଉକ୍ତ ହରିଜନ ପଡା ର ଧର୍ମୁ ମହାନନ୍ଦ, ଗୋବର୍ଦ୍ଧନ ଭାରାସାଗର ତଥା ଅନ୍ୟ ସାଇ ବାସୀ ବିରୋଧ କରି ଡ୍ରେନ ବା ନାଳ ନିର୍ମାଣ କାର୍ଯ୍ୟ ପାଇଁ ଜିଦ ରେ ରହିଛନ୍ତି । ସେହିପରି ସେମାନଙ୍କୁ ଜାତିଆଣ ଭାବ ନେଇ ଏହି କାର୍ଯ୍ୟ କୁ ବିରୋଧ କରୁଥିବା ପ୍ରକାଶ କରିଛନ୍ତି ।

ଏହି କାର୍ଯ୍ୟ ସମ୍ପାଦନ କରାଇ ନ ଦେବା ନେଇ ଗ୍ରାମ ରେ ସରପଞ୍ଚ ତଥା ଅନ୍ୟ ସରକାରୀ ଅଧିକାରୀ ଙ୍କୁ ଉକ୍ତ ସାଇ ବାସୀ ଗତ ଶନିବାର ଦିନ ତୀଵ୍ର ବିରୋଧ କରିବା ସହ ବେଶ ଧସ୍ତା,ଧସ୍ତି ହୋଇ ତୀଵ୍ର ଉତେଜନା ପ୍ରକାଶ ପାଇଥିଲା । ପରିସ୍ଥିତି ଅଣାୟତ ହେବାରୁ ଟିଟିଲାଗଡ ପୋଲିସ ସୂଚନା ପାଇ ଏ ଏସ ଆଇ ଖେମସିଙ୍ଗ ମାଝୀ ସଦଳ ବଳେ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ସମୀକ୍ଷା କରିଥିଲେ । ସୂଚନାଯୋଗ୍ୟ ଯେ ଏହି ସୋପକୀଟ ବଦଳ ରେ ଉକ୍ତ ସିରୁଲ ଗ୍ରାମପଞ୍ଚାୟତ ହରିଜନ ପଡା ନିବାସୀ ଡ୍ରେନ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ଜିଦ ରେ ରହି ଉକ୍ତ କାର୍ଯ୍ୟ କୁ ବିରୋଧ କରିଥିଲେ । ଏହି ଡ୍ରେନ କରିବାକୁ ଜିଦ ରେ ରହି ସୋମବାର ଉକ୍ତ ସାଇ ର ଅନେକ ସଂଖ୍ୟା ରେ ମହିଳା, ଓ ଲୋକେ ଟିଟିଲାଗଡ ପୌରପରିଷଦ ଆଗରେ ଦୀର୍ଘ ସମୟ ଧରି ବିକ୍ଷୋଭ କରି ଧାରଣା ଦେଇଥିଲେ । ଏ ନେଇ ଉପ ଜିଲ୍ଲାପାଳ ତାଙ୍କୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ପ୍ରକାଶ ପରେ ଧାରଣା ପ୍ରତ୍ୟାହୃତ କରିଥିଲେ । ପ୍ରକାଶ ଯେ ଯାତାୟତ ଓ ମୁଖ୍ୟ ରାସ୍ତା ରେ ଉକ୍ତ ବ୍ୟବହୃତ ପାଣି ଯୋଗୁଁ ଆବର୍ଜନା ମୟ ପରିସ୍ଥିତି କୁ ନେଇ ଗ୍ରାମବାସୀ ବିରୋଧ କରି ଆସୁଥିବା ବେଳେ ଏ ନେଇ ଯଥାଶୀଘ୍ର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ସହ ବିଧିବଦ୍ଧ କାର୍ଯ୍ୟନୁଷ୍ଠାନ ଗ୍ରହଣ ଦାବି ହେଉଛି ।

Welcome to Odisha News24

%d bloggers like this: