ଜାଣନ୍ତୁ କେତେ ଟଙ୍କାରେ ମିଳୁଛି LPG, ମାସକରେ ଦୁଇ ଥର ବଢିଲାଣି ଦର

ରିପୋର୍ଟ: ସନ୍ତୋଷ ନାୟକ //
ଭୁବନେଶ୍ୱର/ନୂଆଦିଲ୍ଲୀ,ତା୧୬-୧୨: ମାସକ ମଧ୍ୟରେ ଦୁଇଥର ମୂଲ୍ୟ ବୃଦ୍ଧି ଘଟିବା ସହିତ ରନ୍ଧନ ଗ୍ୟାସ ମୂଲ୍ୟରେ ୬.୩ ପ୍ରତିଶତର ଅଭିବୃଦ୍ଧି ଘଟିଛି । ଦେଶରେ ଦିନକୁ ଦିନ ମହଙ୍ଗା ହେଉଛି ରନ୍ଧନ ଗ୍ୟାସ । ଚଳିତ ମାସରେ ଦୁଇଥର ବଢିଲାଣି ଏଲପିଜି ଦର । ବୁଧବାର ଦିନ ଏଲପିଜି ସିଲିଣ୍ଡର ମୂଲ୍ୟରେ ୫୦ ଟଙ୍କାର ବୃଦ୍ଧି ଘଟିଛି । ମାସକ ମଧ୍ୟରେ ଦୁଇଥର ମୂଲ୍ୟ ବୃଦ୍ଧି ଘଟିବା ସହିତ ରନ୍ଧନ ଗ୍ୟାସ ମୂଲ୍ୟରେ ୬.୩ ପ୍ରତିଶତର ଅଭିବୃଦ୍ଧି ଘଟିଛି । ଆଭିଏସନ ଟର୍ବାଇନ ଫୁଏଲ ପକ୍ଷରୁ ଏହି ମୂଲ୍ୟବୃଦ୍ଧି ନେଇ ଘୋଷଣା କରାଯାଇଛି ।

ମୂଲ୍ୟବୃଦ୍ଧି ପରେ ସବସିଡି ଯୁକ୍ତ ୧୪.୨ କିଗ୍ରା ଏଲପିଜି ସିଲିଣ୍ଡରର ମୂଲ୍ୟ ୬୯୪ ଟଙ୍କାରେ ପହଞ୍ଚିଛି । ଏହି ଗ୍ୟାସର ମୂଲ୍ୟ ପୂର୍ବରୁ ୬୪୪ ଟଙ୍କା ରହିଥିଲା । ପୂର୍ବରୁ ଡିସେମ୍ବର ୧ ତାରିଖରେ ମଧ୍ୟ ଏଲପିଜି ମୂଲ୍ୟରେ ୫୦ ଟଙ୍କାର ବୃଦ୍ଧି ଘଟିଥିଲା । ଉଲ୍ଲେଖଯୋଗ୍ୟ ଯେ, ଶେଷ ଥର ପାଇଁ ଜୁଲାଇରେ ଏଲପିଜିର ସବସିଡି ମୂଲ୍ୟ ୫୯୪ ଟଙ୍କା ରହିଥିଲା । ତେବେ ଅନ୍ତର୍ଜାତୀୟ ତୈଳ ଦର ବୃଦ୍ଧି କାରଣରୁ ମେ ମାସ ପରଠାରୁ ସରକାର ସବସିଡି ପ୍ରଦାନ କରିନାହାନ୍ତି । ବର୍ତ୍ତମାନର ମୂଲ୍ୟବୃଦ୍ଧି ପରେ ସରକାର ସବସିଡି ପ୍ରଦାନ କରିବାର ସମ୍ଭାବନା ଦେଖାଦେଇଛି ।

ସେହିପରି ବିମାନ ଇନ୍ଧନର ମୂଲ୍ୟ ୨୯୪୧.୫୦ ଟଙ୍କା ବୃଦ୍ଧି ପାଇ ୪୯, ୧୬୧.୧୬ ଟଙ୍କାରେ ପହଞ୍ଚିଛି । ଗତମାସରେ ମଧ୍ୟ ବିମାନ ଇନ୍ଧନର ମୂଲ୍ୟ ୩୨୮୮.୩୮ ଟଙ୍କାର ବୃଦ୍ଧି ଘଟିଥିଲା । ଏହା ସହିତ କୋଲକାତାରେ ଅଣ ସବସିଡି ଏଲପିଜିର ମୂଲ୍ୟ ୭୨୦.୫୦ ରହିଛି । ମୁମ୍ବାଇ ଏବଂ ଚେନ୍ନାଇରେ ଏହି ମୂଲ୍ୟ ଯଥାକ୍ରମେ୬୯୪ ଏବଂ ୭୧୦ ରହିଛି ।

Welcome to Odisha News24

error: Content is protected !!
%d bloggers like this: