ଜାଗା ନେଲା ହେଲେ ଘର ଦେଲାନି ସଂସ୍ଥା, ଇନ୍ଫ୍ରାଷ୍ଟ୍ରକଚର ସଂସ୍ଥାର ମାଲିକଙ୍କୁ ଗିରଫ କଲା ଇଓଡବ୍ଲୁ୍ୟ

ରିପୋର୍ଟ: ଶୁଭାଶିଷ ନାୟକ //
ଭୁବନେଶ୍ୱର (୨୨/୦୫): ଫ୍ଲାଟ ଦେବ ବୋଲି ପ୍ରତିଶ୍ରୁତି ଦେଇ ଜାଗା ନେବା ପରେ ଘର ଦେଲାନି ସଂସ୍ଥା । ଆପାଟମେଣ୍ଟ ବନାଇବା ପରେ ଫ୍ଲାଟକୁ ଅନ୍ୟମାନଙ୍କୁ ବିକି ୩ କୋଟି ୬୬ ଲକ୍ଷ ଟଙ୍କାର ଠକେଇ କରିବା ଅଭିଯୋଗରେ କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ୍ୟ) ସଂସ୍ଥାର ମାଲିକଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲଣ କରିଛି । ସେ ହେଲେ ଡିଏମ୍ ଇନ୍ଫ୍ରାଷ୍ଟ୍ରକଚର ସଂସ୍ଥାର ନିଦେ୍ର୍ଧଶକ ଧ୍ରୁବ ଚରଣ ମହାନ୍ତିି । ଏନେଇ ଇଓଡବ୍ଲୁ୍ୟ ଆଇପିସି ଦଫା ୧୨୦-ବି, ୪୨୦, ୪୬୭, ୪୭୧,୪୬୮ ଏବଂ ଓପିଆଡି ଆକ୍ଟ ସେକ୍ସନ ୬ରେ ଏକ ମାମଲା(୧୯/୨୧) ରୁଜୁ କରିବା ସହ ମାମଲାର ଅଧିକ ତଦନ୍ତ ଜାରି ରଖଛି ।

ଭୁବନେଶ୍ୱର ଶୈଳଶ୍ରୀ ବିହାର ଅଞ୍ଚଳରେ ରହୁଥିବା ବିଜୟା ମିଶ୍ରଙ୍କର ଖୋର୍ଦ୍ଧା କଳାରାହାଙ୍ଗ ଅଞ୍ଚଳରେ ୨୫ ଡିସିମିଲ ଜାଗା ଥିଲା । ଡିଏମ୍ ଇନ୍ଫ୍ରାଷ୍ଟ୍ରକଚର ସଂସ୍ଥା ସେଠାରେ ଏକ ଆପାର୍ଟମେଣ୍ଟ କରିବା ପାଇଁ ବିଜୟାଙ୍କ ସହ ଯୋଗାଯୋଗ କରିଥିଲା । ଜାଗା ଦେଲେ ତାଙ୍କୁ ୩୫ ପ୍ରତିଶତ ସେୟାର ଅବା ଫ୍ଲାଟ ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା ସଂସ୍ଥା । ବିଜୟା ଏଥିରେ ରାଜି ହେବା ପରେ ଏନେଇ ୨୦୦୯ରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା । ସେହି ସମୟରେ ସଂସ୍ଥାର ମାଲିକ ଥିଲେ ଧ୍ରୁବଙ୍କ ପୁଅ ଧ୍ରୁତି ରଞ୍ଜନ ମହାନ୍ତି । ଆପାଟମେଣ୍ଟ ନିର୍ମାଣ କରିବା ପରେ ସଂସ୍ଥା ବିଜୟାଙ୍କୁ ନା ଘର ନା ସେୟାର କିଛି ଦେଇ ନ ଥିଲା ।

ପରେ ବିଜୟା ଜାଣିବାକୁ ପାଇଥିଲେ ଯେ ସଂସ୍ଥାର ମାଲିକାନା ଧ୍ରୁବଙ୍କ ନାକୁ ସ୍ଥାନାନ୍ତର କରି ଦିଆଯାଇଥିଲା । ପରେ ଆପାଟମେଣ୍ଟ ତିଆରି କରି ଧ୍ରୁବ ଫ୍ଲାଟ ଅନ୍ୟମାନଙ୍କୁ ବିକି ଦେଇଥିଲେ । ଏନେଇ ବିଜୟା ଇଡଡବ୍ଲୁ୍ୟରେ ଅଭିଯୋଗ କରିଥିଲେ । ପୁଲିସ ମାମଲାର ତଦନ୍ତ କରି ଜାଣିବାକୁ ପାଇଥିଲା ଯେ, ଠକେଇ ଉଦେଶ୍ୟରେ ବାପା,ପୁଅ ସଂସ୍ଥାର ମାଲିକାନା ପରିବର୍ତ୍ତନ କରି ଫ୍ଲାଟ ବିକ୍ରି କରିଥିଲେ । ଫ୍ଲାଟ ବିକି ସେ ୩ କୋଟି ୬୬ ଲକ୍ଷ ଟଙ୍କା ନେଇଯାଇଥିଲେ । ଯାହା ବିଜୟା ପାଇବାର ଥିଲା । ଏହି ମାମଲାର ତଦନ୍ତ କରି ପୂର୍ବରୁ ସଂସ୍ଥାର ମ୍ୟାନେଜିଙ୍ଗ୍ ନିଦେ୍ର୍ଧଶକ ଧ୍ରୁତି ରଞ୍ଜନ ମହାନ୍ତିଙ୍କୁ ଗିରଫ କରିଥିବା ବେଳେ ଆଜି ବାପା ଧ୍ରୁବ ଚରଣ ମହାନ୍ତିଙ୍କୁ ଗିରଫ କରିଛି ।

Welcome to Odisha News24

error: Content is protected !!
%d bloggers like this: