ସାଧାରଣ ଜନତାଙ୍କ ସ୍ୱର

ଜଳ ଯୋଗାଣ ପ୍ରକଳ୍ପ ୬ମାସ ଧରି ବନ୍ଦ ଥିବାରୁ ମୁରିବାହାଲ ବିଡ଼ିଓଙ୍କୁ ଯାନ୍ତ୍ରିକ ତ୍ରୁଟି ସଜାଡ଼ିବାପାଇଁ ଅନୁରୋଧ

ରିପୋର୍ଟ: ଭଗବାନ ମହାନ୍ତି //
ମୁରିବାହାଲ ତା ୧୨/୦୪): ମୁରିବାହାଲ ବ୍ଲକ ଟୁପାଉଡର ପଞ୍ଚାୟତ ଜାମକାନି ଫଳସାପଡା ଗ୍ରାମର ଜଳ ଯୋଗାଣ ପ୍ରକଳ୍ପ ଆଜକୁ ୬ ମାସରୁ ଉର୍ଦ୍ଧ ହେବ ବନ୍ଦ ହୋଇ ପଡିଛି |ଗ୍ରାମବାସୀ ଙ୍କ ଅଭିଯୋଗ ପ୍ରକଳ୍ପ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପ୍ରକଳ୍ପ ଟି ବନ୍ଦ ହୋଇପଡିବା ଦ୍ୱାରା ଗ୍ରାମବାସୀ ନାହିଁ ନ ଥିବା ପାଣିର ସମସ୍ୟା ଦେଖା ଦେଇଥିବା ଅଭିଯୋଗ କରିଛନ୍ତି |cb2a59ee b54a 4df6 b36e 56ce0984892c

ନଳକୂପ ମାନଙ୍କରେ ପାଣି ମଧ୍ୟ ଶୁଖି ଯାଉଛି |ଏହି ବିଷୟରେ ଆରଡବ୍ଲୁଏସ ଜେଇ ଙ୍କୁ ମଧ୍ୟ ଜଣାଇଛୁ ହେଲେ କିଛି ସୁଫଳ ମିଳୁନାହିଁ | ଚଳିତ ଗ୍ରୀଷ୍ମ ମାସରେ ପାଣିର ବହୁତ ଅସୁବିଧା ହେଉଥିବା ଗ୍ରାମବାସୀ ମୁରିବାହାଲ ବିଡ଼ିଓ ପ୍ରିୟ ରଞ୍ଜନ କୁମାର ଙ୍କୁ ଲିଖିତ ଆକାରରେ ପ୍ରକଳ୍ପ କୁ ଯାନ୍ତ୍ରିକ ତ୍ରୁଟି କୁ ସଜାଡ଼ିବାପାଇଁ ଅନୁରୋଧ କରିଛନ୍ତି | ଗ୍ରାମବାସୀ ଗୋବର୍ଦ୍ଧନ ବାଗ, କ୍ଷୀରଧର ବାଗ, ରାଷ୍ଟ୍ର ବାଗ, ନକ୍ଷତ୍ର ବାଗ, ହରିଶ୍ଚନ୍ଦ୍ର ପାଣ୍ଡେ, ବାମନ ବାଗ, ଜେମାବତି ନାଗ, ଲତା ବନଛୋର, ନୀଳମଣି ବାଗ, ଭକ୍ତ ରତେଇ ପ୍ରମୁଖ ଏହି ଦାବିପତ୍ର ରେ ଉପସ୍ଥିତ ଥିଲେ | ଏହି ସମ୍ପର୍କରେ ବିଡ଼ିଓ ଶ୍ରୀ କୁମାର ଙ୍କୁ ପଚାରିବାରୁ ସମସ୍ୟା ସମାଧାନ କରାଯିବ ବୋଲି ପ୍ରକାଶ କରିଥିଲେ |

Welcome to Odisha News24

%d bloggers like this: