ଜଳେଶପଟା ଆଶ୍ରମ ମୁଖ୍ୟ ସ୍ୱାମୀ ଜୀବନ ମୁକ୍ତାନନ୍ଦଜୀ ପୁରୀଙ୍କୁ ହତ୍ୟା ଧମକ

ରିପୋର୍ଟ: ବିଭୁତି ଲହରିଆ //
ବାଲିଗୁଡା ୨୦/୨): କନ୍ଧମାଳ ଜିଲ୍ଲା ଜଳେଶ ପଟା ଆଶ୍ରମ ମୁଖ୍ୟ ସ୍ୱାମୀ ଜୀବନ ମୁକ୍ତା ନନ୍ଦଙ୍କୁ ଆଜି ସନ୍ଧ୍ୟା ରେ ଏକ ଅଜ୍ଞାତ ଫୋନ ନମ୍ବର ରୁ ହତ୍ୟା ଧମକ ମିଳିଛି |

ଏନେଇ ସ୍ୱାମୀଜୀ ତୁମୁଡିବନ୍ଧ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି |ବାଲିଗୁଡା ଏସଡିପିଓ ମନୋଜ ପୂଜାରୀ ଓ ତୁମୁଡିବନ୍ଧ ଥାନା ଅଧିକାରୀ ବାବା ଶଙ୍କର ସରାଫ ଆଶ୍ରମ ରେ ପହଂଚି ସୁରକ୍ଷା ବ୍ୟବସ୍ତା ତଦାରଖ କରିବା ସହିତ ଆଶ୍ରମ ରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛନ୍ତି |ଆଶ୍ରମ ରେ ପୋଲିସ ଫୋର୍ସ ମୁତୟନ କରାଯାଇଛି | ସ୍ୱାମୀ ମୁକ୍ତାନନ୍ଦଜୀ କହିଛନ୍ତି ଯେ ଆପଣ ଙ୍କୁ ଚାରି ଦିନ ହତ୍ୟା କରାଯିବା ସହିତ ଆଶ୍ରମ କୁ ଉଡାଇ ଦିଆଯିବ ବୋଲି ଅଜ୍ଞାତ ବ୍ୟକ୍ତି ଧମକ ଦିଆଯାଇଛିବୋଲି କହିଛନ୍ତି |ପୂର୍ବରୁ ଏପରି 2008 ମସିହା ଅଗଷ୍ଟ ୨୩ ତାରିଖରେ ଆଶ୍ରମ ପ୍ରତିଷ୍ଠାତା ସ୍ୱାମୀ ଲକ୍ଷ୍ମଣlନନ୍ଦ ସରସ୍ବତୀଙ୍କୁ ସମେତ ଚାରି ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ | ଏହି ଘଟଣାରେ କନ୍ଧମାଳରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲା |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: