ଜରାଶ୍ରମ ଅସହାୟଙ୍କୁ ଶୀତ ବସ୍ତ୍ର ବାଣ୍ଟିଲେ ଯୋଗାଣ ନିରୀକ୍ଷକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର (୦୨/୦୧): ନବରଙ୍ଗପୁର ସଦର ମହକୁମା ମାଝୀଗୁଡ଼ାସ୍ଥିତ ଜରାଶ୍ରମରେ ରହୁଥିବା ଅସହାୟ ବୃଦ୍ଧ,ବୃଦ୍ଧାଙ୍କୁ ଶୀତ ବସ୍ତ୍ର ବଣ୍ଟନ କଲେ ନବରଙ୍ଗପୁର ଯୋଗାଣ ନିରୀକ୍ଷକ ରାଜେଶ ଶବର।

ଜିଲ୍ଲାରେ କିଛି ଦିନ ହେବ ପ୍ରବଳରୁ ଅତି ପ୍ରବଳ ଶୀତ ପ୍ରକୋପ ଜାରି ରହିଥିବା ବେଳେ ଏହି ସମୟରେ ଅସହାୟ ବୃଦ୍ଧ , ବୃଦ୍ଧା ମାନଙ୍କୁ ଶୀତ ଦାଉରୁ ରକ୍ଷା କରିବା ପାଇଁ ନିଜ ଖର୍ଚ୍ଚରୁ ଜରାଶ୍ରମରେ ଥିବା ଅସହାୟ ବୃଦ୍ଧ, ବୃଦ୍ଧାଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା ପଚାରି ବୁଝିବା ସହ ଶୀତ ବସ୍ତ୍ର ବଣ୍ଟନ କରିଥିଲେ । ଅସହାୟ ଓ ଗରିବ ଙ୍କୁ ସାହାଯ୍ୟ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଯୋଗାଣ ନିରକ୍ଷକ ରାଜେଶ୍ ଶବର । ଏହି ଶୀତ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ବିଡ଼ିଓ ସୁକାନ୍ତ କୁମାର ପଟ୍ଟନାୟକ ଯୋଗ ଦେଇଥିଲେ । ଯୋଗାଣ ନିରୀକ୍ଷକ ରାଜେଶ ଶବରଙ୍କ ଏପରି ମହତ କାର୍ଯ୍ୟକୁ ବିଡ଼ିଓ ଉଚ୍ଚ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଥିଲେ ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: